ଦୁଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ, ନାରାୟଣପୁର ପୁଲିସର ତଲାସି ଅଭିଯାନ ଜୋରଦାର
ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଜିଲା ଭୈରମଗଡ଼଼଼ ଥାନା ଅଞ୍ଚଳରେ ଦୁଇ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀ ହତ୍ୟା କରିଛନ୍ତି। ପୂର୍ବତନ ସରପଞ୍ଚ ସୁକରାମ ଅବଲମ ଓ ସୁକୁଲୁ ବର୍ସେଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ପୁଲିସ ସୂଚନାଦାତା ଥିଲେ। ଛତିଶଗଡ଼ ସରକାରଙ୍କ ସହ ଯୋଗାଯୋଗ ରହିଥିଲା।
ବହୁବାର ସେମାନଙ୍କୁ ତାଗିଦ୍ କରାଯାଇଥିଲା। ସେମାନେ ସରକାରଙ୍କ ସହ ସମ୍ପର୍କ ରଖି ପୁଲିସକୁ ସୂଚନା ଦେଉଥିଲେ। ଫଳରେ ସେମାନଙ୍କ ଗଳାକାଟି ଗାଁ ରାସ୍ତାରେ ଫୋପାଡ଼ି ଦିଆଯାଇଛି ବୋଲି ମାଓବାଦୀ ଛାଡ଼ି ଯାଇଥିବା ଚିଠିରେ ଉଲ୍ଲେଖ ରହିଛି।
ନାରାୟଣପୁର ପୁଲିସ ତଦନ୍ତ କରୁଛି। ଉକ୍ତ ଅଞ୍ଚଳରେ ନାରାୟଣପୁର ପୁଲିସର ତଲାସି ଅଭିଯାନ ଜୋରଦାର କରାଯାଇଥିବା ନାରାୟଣପୁର ଆରକ୍ଷୀ ଅଧୀକ୍ଷକ ଚନ୍ଦ୍ରକାନ୍ତ ସୂଚନା ଦେଇଛନ୍ତି।
Comments are closed.