ଷଷ୍ଠ ଶ୍ରେଣୀ ଛାତ୍ରୀ ମୃତ୍ୟୁ ମାମଲା: ତଦନ୍ତ ପାଇଁ ନିର୍ଦେଶ ଦେଲେ ଜିଲାପାଳ, ସିଲ ହେଲା ଘରୋଇ ଛାତ୍ରୀନିବାସ

ମାଲକାନଗିରି :ମାଲକାନଗିରି ସଦର ବ୍ଲକ ଏମଭି-୭  ଗ୍ରାମ ସ୍ଥିତ ଏକ ଘୋରୋଇ ଛାତ୍ରୀନିବାସରେ ସନ୍ଦେହ ଜନକ ପରିସ୍ଥିତିରେ ଛାତ୍ରୀ ମୃତ୍ୟୁ ବରଣ କରିଥିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି।  କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୧୩୦ ଗ୍ରାମର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଅଭିଭାବକ ଓ ବୁଦ୍ଧିଜିବୀଙ୍କ ଅଭିଯୋଗକୁ ଭିତ୍ତିକରି ମାଲକାନଗିରି ଜିଲାପାଳ  ସଚିନ ପାୱାର ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲାପାଳ (ସାଧାରଣ)  ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଜିଲାସ୍ତରୀୟ ତଦନ୍ତ କମିଟି ଗଠନ ହୋଇଛି। ମାଲକାନଗିରି  ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ, ଅତିରିକ୍ତ ତହସିଲଦାର ଉମେଶ ପୁଝାରୀ, ସହକାରୀ ଜିଲାପାଳ  ଅଲେଖ ଭୋଇ, ଜିଲା ଶିକ୍ଷା ଅଧିକାରୀ  ବିଶ୍ଵନାଥ ସାହୁ, ଜିଲା ମଙ୍ଗଳ ଅଧିକାରୀ  ଶ୍ରୀନିବାସ ଆଚାରି, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ, ଖାଦ୍ୟ ସୁରକ୍ଷା ନିରୀକ୍ଷକ, ଜିଲା ସମାଜ ମଙ୍ଗଳ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲା ଶିଶୁ ମଙ୍ଗଳ କମିଟିରେ ସଦସ୍ୟ ଭାବେ ରହିଛନ୍ତି।
ଆଗାମୀଦିନ ମାନଙ୍କରେ ମଧ୍ୟ ଜିଲା ପ୍ରଶାସନର ବିନା ଅନୁମତିରେ ଯଦି କିଛି ଘରୋଇ ଅନୁଷ୍ଠାନ ଚାଲୁଥାଏ ତେବେ ସଂପୃକ୍ତ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅତିରିକ୍ତ ଜିଲାପାଳ  ସୋମନାଥ ପ୍ରଧାନ, ମାଲକାନଗିରି ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଜିଲାସ୍ତରୀୟ କମିଟି ନିରପେକ୍ଷ ତଦନ୍ତ ସହ ରିପୋର୍ଟ  ଶୀଘ୍ଦେରବା ପାଇଁ ଜିଲାପାଳ ନିର୍ଦେଶ ଦେଇଛନ୍ତି।

Comments are closed.