www.samajalive.in
Monday, December 8, 2025
14.1 C
Bhubaneswar

ଜିଲା ପୁଲିସ ପ୍ରଶାସନ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୧୦୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ  ସଂଗ୍ରହ

ମାଲକାନଗିରି : ମାଲକାନଗିରି ଜିଲା ପୋଲିସ ପ୍ରଶାସନ ତରଫରୁ ପୋଲିସ କାର୍ଯ୍ୟାଳୟ ସଭା ଗୃହରେ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରକୁ ମାଲକାନଗିରି ଜିଲା ଆରକ୍ଷୀ ଅଧୀକ୍ଷକ ନୀତେଶ ୱାଧୱାନୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ତପନ ନାରାୟଣ ରଥ, ଅତିରିକ୍ତ ଆରକ୍ଷି ଅଧୀକ୍ଷକ ଉପସ୍ଥିତ ରହି ନିଜେ ରକ୍ତଦାନ କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ମୁଖ୍ୟ ବକ୍ତା ଜିଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ରକ୍ତଦାନର ଉପକାରିତା ଏବଂ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ଉତ୍ସାହିତ କରିଛନ୍ତି।
ଏହି କାର୍ଯ୍ୟକ୍ରମକୁ ପୋଲିସ ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ସତ୍ୟପ୍ରିୟ ବିଶ୍ୱାଳ ଆୟୋଜନ କରିଥିବାବେଳେ କୁମୁଦ ପ୍ରଧାନ, ଗୃହରକ୍ଷୀ ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ, ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ, ହାବିଲଦାର ଏବଂ କନେଷ୍ଟବଳ ସଂଘ ସଭାପତି ପ୍ରଶାନ୍ତ କୁମାର ବେହେରା ଓ ସଂଘର ସମସ୍ତ କର୍ମକର୍ତ୍ତା ପ୍ରତ୍ୟକ୍ଷ ସହଯୋଗ କରି ସଫଳ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପ ପୋଲିସ ନିରୀକ୍ଷକ, ହାବିଲଦାର, କନେଷ୍ଟବଳ, ସ୍ବେଚ୍ଛାସେବୀ, ଅନ୍ୟାନ୍ୟ ସୁନାଗରିକ, ଡ୍ରାଇଭର ମହାସଂଘ, ଅନ୍ୟାନ୍ୟ ବୁଦ୍ଧିଜୀବୀ ଏବଂ ଟିମ ଉଇ କ୍ୟାନ ସହଯୋଗ କରିଥିଲେ। ରକ୍ତ ଭଣ୍ଡାର ଡକ୍ଟର ସାଗର ଵାଲା, ଏନ. ସୁବର୍ଣ୍ଣ,ସନ୍ତୋଷ କୁମାର ପତି, ସୁଜଲ ରାୟ, ସରୋଜ କୁମାର ପଣ୍ଡା, ଯୋଗେଶ୍ୱରୀ ମାଢି, ସଂଜୟ କୁମାର ସାଗର ଉପସ୍ଥିତ ରହି ରକ୍ତ ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ।
ପୁଲିସ ବିଭାଗର ଏହି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ଏହି ଅବସରରେ ୩୮ ଏବଂ ୩୯ ଥର ରକ୍ତଦାନ କରିଥିବାରୁ ନରେନ୍ଦ୍ର ମାଦ୍ରୀ ଏବଂ ଅନୁପ ସୁନାନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିବାରୁ ପୋଲିସ ବିଭାଗ ତରଫରୁ ଏହିଭଳି ସ୍ବେଚ୍ଛାକୃତ ରକ୍ତଦାନ ଶିବିରର କରି ପ୍ରଶଂସା ସାଉଁଟିଛନ୍ତି। ଏହି ରକ୍ତଦାନ ଶିବିରରେ ୧୦୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ  ସଂଗ୍ରହ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories