www.samajalive.in
Monday, December 15, 2025
24.1 C
Bhubaneswar

ମାଲ୍ୟବନ୍ତ ମହୋତ୍ସବ ପାଇଁ ଜଳ ସଂଗ୍ରହ: ଢେମସା ନୃତ୍ୟରେ ଝୁମିଲେ ନେତା, ଜନତା ଓ ସରକାରୀ ବାବୁ

ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବ ୨୦୨୩ ପାଇଁ ସାରା ଜିଲ୍ଲା ଉତ୍ସବ ମୁଖରିତ ହୋଇଛି। ଆସନ୍ତା ଡିସେମ୍ବର ମାସ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଲ୍ୟବନ୍ତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପାଇଁ ମାଲକାନଗିରି ସଦର ବ୍ଲକ ପଦ୍ମଗିରି ପଂଚାୟତ ଯଦୁଗୁଡା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ପରିସର ଶୈବ ପୀଠ ନିକଟରେ ଥିବା ଝରଣାରୁ ମଙ୍ଗଳବାର ବିଧିବିଧାନ ଅନୁଯାୟୀ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂହଙ୍କ ଦ୍ୱାରା ପାରମ୍ପରିକ ପୂଜାର୍ଚ୍ଚନା କରି ପବିତ୍ର ଜଳ ସଂଗ୍ରହ କରାଯାଇଥିଲା। ବିଭିନ୍ନ ସମ୍ପ୍ରଦାୟର ମହିଳା ଓ ପୁରୁଷ ତଥା ଯୁବକ, ଯୁବତୀ ନିଜର ପାରମ୍ପରିକ ବେଶ ପୋଷାକରେ ସଜେଇ ହୋଇ ଏହି ଶୁଭ ମୁହୂର୍ତ୍ତକୁ ସ୍ୱାଗତ କରିଛନ୍ତି। ଶଙ୍ଖ ହୁଳହୁଳିରେ ମୁଖରିତ ହୋଇ ଉଠିଥିଲା ସମଗ୍ର ଅଂଚଳ। ସମଗ୍ର ପରିବେଶ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ମହିଳା, ପୁରୁଷ ନାଚ ଗୀତ କରି ଏକ ବିରାଟ ଶୋଭାଯାତ୍ରାରେ ଯଦୁଗୁଡାଠାରୁ ବାହାରିଥିଲେ। ଏହି ଶୋଭାଯାତ୍ରା ମାଲକାନଗିରିରେ ପହଞ୍ଚିବା ପରେ ଜିଲ୍ଲା ସଦର ମହକୁମାସ୍ଥିତ ଭୈରବ ମନ୍ଦିରଠାରୁ କଳସଗୁଡିକୁ ଆଡମ୍ବର ସହକାରେ ସହର ପରିକ୍ରମା କରାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସଦର ମହକୁମାର ବୁଦ୍ଧିଜୀବୀ, ସମାଜସେବୀ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ଅଂଶଗ୍ରହଣ କରିଥିଲେ। ଏହି କଳସକୁ ଆସନ୍ତା ୧୫ ତାରିଖ ଦିନ ଏକ ଶୋଭାଯାତ୍ରାରେ ନିଆଯାଇ ମାଲ୍ୟବନ୍ତ ମଞ୍ଚରେ ପ୍ରତିଷ୍ଠା କରାଯିବ। ଏହି ଶୋଭଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ଚିତ୍ରକୋଣ୍ଡା ବିଧାୟକ ପୂୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ବିଜେଡି ସଭାପତି ମାନସମାଡକାମି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ମାଲକାନଗିରି ଆରକ୍ଷୀ ଅଧିକ୍ଷକ ନିତେଶ୍‌‌ ବାଧ୍ୱାନୀ, ଖଣ୍ଡୀୟ ବନାଧିକାରୀ ପ୍ରତାପ କତାପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ସହ ଜିଲ୍ଲାସ୍ତରୀୟ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଭାତି ଝଡିଆ ପରିଚାଳନା କରିଥିବା ବେଳେ ସମସ୍ତ ବ୍ଲକ କର୍ମଚାରୀ ଓ ବନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories