www.samajalive.in
Monday, December 15, 2025
17.1 C
Bhubaneswar

ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣାରେ ଫସିଥିବା ଓଡ଼ିଆଙ୍କ ମନୋବଳ ବୃଦ୍ଧି କଲେ ଶ୍ରମ ମନ୍ତ୍ରୀ, କହିଲେ ଉଦ୍ଧାର ପାଇଁ ଚାଲିଛି ସବୁଦିଗରୁ ପ୍ରୟାସ

ରାଉରକେଲା: ଉତ୍ତରକାଶୀର ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦାପ୍ରସାଦ ନାୟକ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସବୁଦିଗରୁ ପ୍ରୟାସ ଚାଲିଛି। ଓଡ଼ିଶାରୁ ଶ୍ରମିକଙ୍କ ପରିବାରକୁ ନେଇ ଉତ୍ତରକାଶୀରେ ପହଞ୍ଚିଥିବା ଶ୍ରମମନ୍ତ୍ରୀ ଶ୍ରୀ ନାୟକ ଆଜିକୁ ତିନିଦିନ ହେଲା ସେଠାରେ ସେମାନଙ୍କ ମାନସିକ ସନ୍ତୁଳନ ବୃଦ୍ଧି ନିମନ୍ତେ ଜଗି ରହିଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣାରେ ୧୭ଦିନ ହେଲା ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ଓଡିଶାର ୫ ଶ୍ରମିକ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଦୁର୍ଘଟଣାରେ ଫସି ରହିଥିବା ଶ୍ରମିକ ପରିବାରକୁ ବିମାନରେ ଧରି ଉତ୍ତରକାଶୀରେ ଥିବା ଶ୍ରମମନ୍ତ୍ରୀ ଶ୍ରୀ ନାୟକ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଦ୍ରୁତଗତିରେ ତ୍ୱରାନ୍ୱିତ ହୋଇଥିବା କହିଛନ୍ତି। ସୁଡ଼ଙ୍ଗରେ ଥିବା ୩ ଶ୍ରମିକଙ୍କ ସହ ମନ୍ତ୍ରୀ ଶ୍ରୀ ନାୟକ ଫୋନରେ ଆଲୋଚନା କରି ସେମାନଙ୍କ ମନୋବଳକୁ ଦୃଢ଼ କରିବା ପାଇଁ କହିଥିଲେ। ପୂର୍ବରୁ ସୁଡ଼ଙ୍ଗରେ ଭାଙ୍ଗିଯାଇଥିବା ଅଗର ମେସିନର ଭଗ୍ନାବଶେଷକୁ ଗତକାଲି କଢାଯାଇଥିବା ଶ୍ରୀ ନାୟକ କହିଛନ୍ତି। ଏହାସହ ସୁରକ୍ଷିତ ଭାବେ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ଏକ ପଥ ତିଆରି କରାଯାଇଛି। ଏକ ଷ୍ଟ୍ରେଚର ସାହାଯ୍ୟରେ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

- Advertisement -

ଏଠାରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ଏହି ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସନୀୟ ପଦକ୍ଷେପ ନେବା ସହ ପ୍ରଥମ ଦିନରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଶ୍ରମ ବିଭାଗ ଏହି ସହାୟତା କାର୍ଯ୍ୟ କରୁଛି। ଉତ୍ତରାଖଣ୍ଡ ସରକାର ଏ ଦିଗରେ ସଫଳ ପଦକ୍ଷେପ ଗ୍ରହଣ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂଙ୍କ ଧାମିଙ୍କ ସହ ରାଜ୍ୟର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ରହି ଏହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଥିବା କହିଛନ୍ତି। ଏହା ପୂର୍ବରୁ ଶ୍ରୀ ନାୟକ ଘଟଣାର ତଦାରଖ କରୁଥିବା କେନ୍ଦ୍ରମନ୍ତ୍ରୀ ଭି.କେ. ସିଂଙ୍କ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଶ୍ରମିକଙ୍କୁ ଆବଶ୍ୟକ ଉପକରଣ ପହଞ୍ଚାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଅଧିକାରୀଙ୍କ ସହ ଆଲୋଚନା ଓ ନିରନ୍ତର ଯୋଗାଯୋଗରେ ଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଘରକୁ ଫେରିବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories