www.samajalive.in
Sunday, December 7, 2025
26.1 C
Bhubaneswar

ମାଓବାଦୀଙ୍କ ଲଙ୍କା କାଣ୍ଡ ; ଯାତ୍ରୀବାହି ବସ୍‍, କାର୍‍ ଏବଂ ହାଇବା ଗାଡିକୁ ପୋଡିଲେ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତବର୍ତୀ ପଡିଆ ଠାରୁ ମାତ୍ର ୭ କିଲୋମିଟର ଦୂର ଜଗଦଲପୁର, ହାଇଦ୍ରାବାଦ ଜାତୀୟ ରାଜପଥରେ ଗୁରୁବାର ସନ୍ଧ୍ୟାରେ ମାଓବାଦୀ ଲଙ୍କା କାଣ୍ଡ ଘଟାଇଛନ୍ତି। ମାଓବାଦୀ ମାନେ ଏକ ଯାତ୍ରିବାହୀ ବସ୍‍ ଓ କାର ସହ ହାଇବା ଗାଡିକୁ ଜାଳି ଦେଇଛନ୍ତିା ଜଗଦଲପୁର ଠାରୁ ହାଇଦ୍ରାବାଦ ଯାଉଥିବା ଏକ ସରକାରୀ ବସ୍‍କୁ ଇଞ୍ଜୋରାମ ନିକଟରେ ଅଟକାଇ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ବସ୍‍କୁ ଜାଳି ଦେଇଥିବା ଜଣାପଡିଛି। ସେହିପରି ସେଠାରେ ଥିବା ଅନ୍ୟ ଏକ ଏକ୍ସଜୁବି କାର୍‍ ଓ ଠିକା କାର୍ଯ୍ୟରେ ନିୟୋଜିତ ଏକ ହାଇବା ମସେିନକୁ ମଧ୍ୟ ମାଓବାଦୀ ମାନେ ଜାଳି ଦେଇଛନ୍ତିା
ପ୍ରାପ୍ତ ସୂଚନା ଅନୁସାରେ ପ୍ରାୟ ୨୦ ରୁ ୩୦ ନକ୍ସଲ ଜାତୀୟ ରାଜପଥ ଅବରୋଧ କରି ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ ଏବଂ ସେହି ବସକୁ ଜାଳି ଦେଇଥିଲେ। ଖବର ପାଇ ଏସ୍‍.ଟି.ଏଫ୍‍. ପକ୍ଷରୁ ଘଟଣାସ୍ଥଳକୁ ଯିବା ସମୟରେ ମାଓବାଦୀ ଓ ପୁଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲ।। ତେବେ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛିା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ ସମାଧାନ ନାମରେ ମାଓବାଦୀଙ୍କୁ ଦମନ କରିବାକୁ ମିଥ୍ୟା ଏନ୍‍କାଉଂଟର କରାଯାଉଥିବା କହିଛନ୍ତି। ପ୍ରକୃତରେ ଲାଲ ବାହନୀକୁ ଅପରେସନ ଦ୍ୱାରା ହତ୍ୟା କରିବାକୁ ଯୋଜନା କରି ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ କରା ଯାଉଥିବା କହିଛନ୍ତି। ଏହାକୁ ବିରୋଧ କରି କୋଂଟା ମାଓ ଆଂଚଳିକ କମିଟି ପକ୍ଷରୁ ସେଠାରେ ଏକ ପୋଷ୍ଟରରେ ଏହା ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ଜାତୀୟ ରାଜପଥରେ ଦୋର୍ଣାପାଲ ଓ କୋଂଟା ରେ ଶହ ଶହ ଗାଡି ଅଟକି ଥିବା ବେଳେ ମାଲକାନଗିରି ଠାରୁ ହାଇଦ୍ରାବାଦ ଓ ବିଜୟବାଡା ଯାଉଥିବା ସମସ୍ତ ଗାଡି ଗୁଡିକ ଦୋର୍ଣାପାଲ ଠାରେ ଅଟକି ରହିଛିା ସିଆରପିଏଫ ପକ୍ଷରୁ ଏ ଅଂଚଳରେ କୁମ୍ବିଂ ଅପରେସନ ଜୋରଦାର କରା ଯାଇଥିବା ସୁକୁମା ଏସ୍‍.ପି. ଅଭିସେକ ମୀନା ସୂଚନା ଦେଇଛନ୍ତିା

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories