ସମବାୟ ନିର୍ବାଚନକୁ ନେଇ ବଢୁଛି ବିବାଦ, ଭୋଟ ତାଲିକାରୁ ପୂର୍ବତନ ଲ୍ୟାମ୍ପ ନିର୍ଦେଶକଙ୍କ ନାମ ଉଭାନ୍

ଖବର ପ୍ରକାଶନ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲ୍ୟାମ୍ପ ପରିଚାଳକଙ୍କ ମାନହାନି ମୋକଦ୍ଦମା ଧମକ

ମାଲକାନଗିରି :  ସମବାୟ ନିର୍ବାଚନକୁ ନେଇ ଦିନକୁ ଦିନ ବିବାଦ ବଢି ଚାଲିଛି। ଅନ୍ୟ ଦିଗରେ ଶନିବାର ଦିନ ଦୈନିକ ‘ସମାଜ’ରେ ଏ ସମ୍ବନ୍ଧରେ ଖବର ପ୍ରକାଶ ପରେ ସମାଜ ପ୍ରତିନିଧିଙ୍କୁ ଲ୍ୟାମ୍ପ ପରିଚାଳକ ଅଭିମନ୍ୟୁ ନାୟକ ମାନହାନି ମକଦ୍ଦମା କରିବାର ଧମକ ଦେଇଛନ୍ତି। ସୂଚନା ମୁତାବକ ମାଲକାନଗିରି ଲ୍ୟାମ୍ପରେ ଆଗାମୀ ୬ ତାରିଖ ଦିନ ସମବାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ୨୬ ତାରିଖ ଦିନ ନିର୍ବାଚନ ଦିନ ଧାର୍ଯ୍ୟ ହୋଇଛି। ତେବେ ଏହି ନିର୍ବାଚନ ନିମନ୍ତେ ଭୋଟର ତାଲିକାରେ ସମୁଦାୟ ୪୬୮ ଜଣ ସଭ୍ୟଙ୍କ ନାମ ରହିଛି। ତତ୍ ସହିତ ପୂର୍ବତନ ଲ୍ୟାମ୍ପ ନିର୍ଦେଶକ ତଥା ପୂର୍ବତନ ସିନ୍ଧ୍ରିମାଳ ସରପଞ୍ଚ ସମାରି ମାଡକାମିଙ୍କ ନାମ ଭୋଟ ତାଲିକାରୁ ବାଦ୍ ପଡିଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ମାଲକାନଗିରି ଲ୍ୟାମ୍ପ ପରିଚାଳକ ଅଭିମନ୍ୟୁ ନାୟକଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ନ ପାଇ ସେ ଗଣମାଧ୍ୟମ ନିକଟରେ ମୁହଁ ଖୋଲିଛନ୍ତି।

prayash

ଅନ୍ୟପକ୍ଷରେ ସମସ୍ତ ପଂଚାୟତରେ ଲୋକଙ୍କୁ ଭୋଟର ତାଲିକା ସଂଶୋଧନ ସମ୍ବନ୍ଧରେ ସୁଚନା ଦିଆଯାଇଥିବା ଲ୍ୟାମ୍ପ ପରିଚାଳକ ଶ୍ରୀ ନାୟକ ପ୍ରକାଶ କରିଛନ୍ତିା କିନ୍ତୁ ଭୋଟ ତାଲିକା ସଂଶୋଧନ ନିମନ୍ତେ କୌଣସି ସୂଚନା ଦିଆ ଯାଇ ନଥିବା ସିନ୍ଧ୍ରିମାଳ ସରପଞ୍ଚ ଘାସି ନାୟକ, ଗୌଡଗୁଡା ସରପଞ୍ଚ ଏବଂ ତମସା ଗ୍ରାମ ପଞ୍ଚାୟତର ସରପଞ୍ଚ ଅଭିଯୋଗ କରିବା ସହ ତମସା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଉଙ୍ଗା ପଡିଆମି ତଥା ଏହି ପଞ୍ଚାୟତର ଅନେକ ସଭ୍ୟ, ଗୌଡଗୁଡା ଓ ସିନ୍ଧ୍ରିମାଳ ପଞ୍ଚାୟତର ଅନେକ ସଭ୍ୟ ଅଭିଯୋଗ କରିଛନ୍ତିା ସେହିପରି ସିନ୍ଧ୍ରିମାଳ ସରପଞ୍ଚ ଶ୍ରୀ ନାୟକଙ୍କ କହିବା ଅନୁସାରେ ବିଗତ ନିର୍ବାଚନରେ ଏହି ଜୋନରେ ସମୁଦାୟ ୨୫ ଜଣଙ୍କ ନାମ ରହିଥିଲ। । ଚଳିତ ବର୍ଷ ସେଥିମଧ୍ୟରୁ ସାତଜଣଙ୍କ ନାମ ବାଦ ପଡିଥିବା ବେଳେ ବର୍ତ୍ତମାନ ଭୋଟର ତାଲିକାରେ ମାତ୍ର ୧୮ ଜଣଙ୍କ ନାମ ରହିଛିା ଏଭଳି ତୃଟିପୂର୍ଣ୍ଣ  ଭୋଟର ତାଲିକା ପ୍ରସ୍ତୁତ କଲା କିଏ ବୋଲି ସେ ପ୍ରଶ୍ନ କରିଛନ୍ତିା ତେବେ ଯଥାଶୀଘ୍ର ଏହି ନିର୍ବାଚନ ପ୍ରକ୍ରିୟା ରଦ୍ଦ କରାଯାଇ ଭୋଟର ତାଲିକାକୁ ସଂଶୋଧନ କରି ନୂତନ ଭୋଟ ତାଲିକା ତିଆରି କରିବା ପରେ ନିର୍ବାଚନ ତାରିଖ ଘୋଷଣା କରିବା ନିମନ୍ତେ ତିନି ପଞ୍ଚାୟତର ସରପଞ୍ଚ ଓ ପୂର୍ବତନ ଲ୍ୟାମ୍ପ ନିର୍ଦେଶକ ସମାରି ମାଡକାମି ଦାବି କରିଛନ୍ତି।

kalyan agarbati

Comments are closed.