ମାଳତୀ ନାଏକ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ

ଝୁମ୍ପୁରା:ଝୁମ୍ପୁରା ବ୍ଲକ ପରିସର ମଧ୍ୟରେ ବ୍ଲକ ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ନିର୍ବାଚନ କରିବା ନିମନ୍ତେ ବଡବିଲ ତହସିଲଦାର ଆଲୋଚନ ଚନ୍ଦ୍ର ପଟେଲ ନିର୍ବାଚନ ଅଧିକାରୀ ଭାବେ ନିୟୋଜିତ ହୋଇଥିଲେ। ପୂର୍ବାହ୍ନ ୧୦.୩୦ରୁ ୧୧.୩୦ ସମୟ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ପାଇଁ ସମୟସୀମା ରହିଥିଲା। ନିର୍ବାଚନ କମିଶନଙ୍କ ଧାର୍ଯ୍ୟକରିଥିବା ସମୟ ସୀମା ମଧ୍ୟରେ ମାଳତୀ ନାଏକ ଏକମାତ୍ର ବ୍ଲକ ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ୧୧.୩୦ ରୁ ୧୨.୩୦ ମଧ୍ୟରେ ପ୍ରାର୍ଥିଙ୍କ ନାମାଙ୍କନ ପତ୍ର ଯାଞ୍ଚ କରିଥିଲେ ନିର୍ବାଚନ ଅଧିକାରୀ। ଯାଞ୍ଚ ସମୟରେ ପ୍ରାର୍ଥୀ ଦାଖଲ କରିଥିବା ସମସ୍ତ କାଗଜ ପତ୍ର କାଏମ ରହିଥିବାରୁ ଅପରାହ୍ନ ୧ଟାରେ ନିର୍ବାଚନ ଅଧିକାରୀ ଶ୍ରୀ ପଟେଲ ମାଳତୀ ନାଏକଙ୍କୁ ବ୍ଲକ ଅଧ୍ୟକ୍ଷା ଭାବେ ଘୋଷଣା କରିଥିଲେ। ମାଳତୀ ନାଏକ ନୟାଗଡ ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ନୂତନ ଭାବେରେ ବ୍ଲକ ଅଧ୍ୟକ୍ଷା ହୋଇଥିବା ମାଳତୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ।

kalyan agarbati

Comments are closed.