www.samajalive.in
Monday, December 15, 2025
24.1 C
Bhubaneswar

ବିବାହ ପୂର୍ବର ସଜବାଜ

ମହାମାରୀ କଟକଣାରେ ବିବାହ କାର୍ଯ୍ୟ ଯଥାରୀତି ଚାଲିଛି। ସତର୍କତାର ସହ ଶୁଭକାମ ସମ୍ପାଦନ ହେଉଥିବାବେଳେ ଏଇ ସମୟରେ ପାର୍ଲର ଯିବାକୁ ଯୁବତୀମାନେ ସୁରକ୍ଷିତ ମନେକରୁନାହାନ୍ତି। ପାର୍ଲର ନ ଯାଇ ମଧ୍ୟ ଘରେ ରହି ନିଜ ତ୍ବଚାର ଯତ୍ନ ନେଇପାରିବେ। ସୌନ୍ଦର୍ଯ୍ୟ ଚର୍ଚ୍ଚା ଉପରେ ବିଉଟିସିଆନ୍‌ ଶେହନାଜ୍‌ ହୁସୈନ୍‌ଙ୍କର କେତୋଟି ଟିପ୍ସ:
– ଗାଇବେ। ଖିର ସର, ଦହି, ବେସନ, ମୁଲତାନି ମାଟି, ଚିମୁଟାଏ ହଳଦୀ, ଚନ୍ଦନ ପାଉଡର ମିଶାଇ ମୁହଁ, ବେକ, ହାତ, ପାଦରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ହାତରେ ଅଳ୍ପ ପାଣି ନେଇ ମୁହଁକୁ ମାଲିସ୍ କରିବେ। ଏବେ ଥଣ୍ଡା ପାଣିରେ ଧୋଇନେବେ। ଏଇ ପ୍ୟାକ୍ ପ୍ରତି ୨ଦିନରେ ଥରେ ଲଗାଇବେ। ତ୍ବଚାରେ ଚମକ ଆସିବା ସହ ସମସ୍ତ ଦାଗ ଦୂର ହୋଇଯିବ।
– ପେସ୍ତାବାଦାମ ଗୁଣ୍ଡ ୧ଚାମଚ, ଖିର ୨ଚାମଚ, ଖିର ସର, ଅଲିଭ ତେଲ ଅଧ ଚାମଚ ମିଶାଇ ମୁହଁରେ ଲଗାଇ ୨୦ମିନିଟ୍ ପରେ ଧୋଇ​ବେ। ଏଇ ପ୍ୟାକ୍ ତ୍ବଚାକୁ ପୋଷଣ ଦେବା ସହ ଏକ ଭଲ ଶୀତଦିନିଆ ପ୍ୟାକ୍ ଭଳି କାମ କରେ।
– ଦହିରେ ଗେଣ୍ଡୁ ଫୁଲକୁ ବାଟି ମୁହଁରେ, ହାତ, ପାଦରେ ଲଗାଇ ଶୁଖିବା ପରେ ଧୋଇବେ। ଆଖି ତଳ କଳାଦାଗ ସହ ବ୍ରଣ ଦାଗ ଦୂର କରିବାରେ ଏଇ ପ୍ୟାକ୍ ଭଲଭାବେ କାମ କରେ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories