www.samajalive.in
Sunday, December 7, 2025
18.1 C
Bhubaneswar

ବସ୍‌ ହ୍ୟାଣ୍ଡେଲ୍ ବେଲ୍ଟରେ ବିଜ୍ଞାପନ ବୁଦ୍ଧି!

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଜ୍ଞାପନଟି ଆକର୍ଷଣୀୟ ହେବା ଜରୁରୀ। ବଡ଼ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କ ପ୍ରଚାର-ପ୍ରସାର ବିଜ୍ଞାପନରେ କୋଟିକୋଟି ଟଙ୍କା ଖର୍ଚ୍ଚ କରନ୍ତି, କମ୍ପାନୀର ଲୋକପ୍ରିୟତା ବିଶ୍ବ ବଜାରରେ ବଢ଼ାଇବାକୁ ଏଇ ପଦକ୍ଷେପ ନିଆଯାଏ। ବ୍ରିଟେନ୍‌ରେ ଅଧିକାଂଶ ଦାମୀ ଡିଜାଇନର ଘଣ୍ଟା ପିନ୍ଧିବାକୁ ପସନ୍ଦ କରନ୍ତି। ୨୦୧୪ରେ ସୁଇଜରଲ୍ୟାଣ୍ଡରେ ଜଣେ ଶିଳ୍ପପତି ବ୍ରିଟେନ୍‌ ବଜାରରେ ପ୍ରବେଶ ଉଦ୍ୟମ କଲେ। ଭଳିକିଭଳି ଡିଜାଇନ୍ ଘଣ୍ଟାର ବିଜ୍ଞାପନ ସତ୍ତ୍ବେ ଗ୍ରାହକଙ୍କ ସଂଖ୍ୟା ବଢ଼ୁନଥାଏ। ବିଭିନ୍ନ ଉପାୟ କରି ଶିଳ୍ପପତି ସେଭଳି ଲାଭବାନ୍ ହୋଇପାରୁନଥାନ୍ତି। ଦିନକର ଘଟଣା, ତାଙ୍କ ଅଧୀନସ୍ଥ ଜଣେ କର୍ମଚାରୀ ମାଲିକଙ୍କ ଏଭଳି ବ୍ୟସ୍ତତା ଦେଖି ଗୋଟିଏ ପରାମର୍ଶ ଦେବାକୁ ଅନୁମତି ମାଗିଲେ। ମାଲିକଙ୍କ ଅନୁମତି ପାଇବା ପରେ କର୍ମଚାରୀ କହିଲେ, ବଡ଼ବଡ଼ ବିଜ୍ଞାପନ ଜରିଆରେ ସେମାନଙ୍କ ଟଙ୍କା ଖର୍ଚ୍ଚର ଲାଭ ମିଳିଲାନାହିଁ। ଏବେ ଶସ୍ତା ବିଜ୍ଞାପନ ଜରିଆରେ ସେମାନେ କାମ କରିବେ। ବସ୍‌ ଭିତରେ ଥିବା ହ୍ୟାଣ୍ଡେଲ୍‌ରେ ଘଣ୍ଟାର ବିଜ୍ଞାପନ କରିବାକୁ ସେ ପ୍ରସ୍ତାବ ଦେଲେ। ଘଣ୍ଟା ଷ୍ଟ୍ରାପ୍‌ ପରି ଥିବା ଏଇ ବସ୍‌ ଭିତର ହ୍ୟାଣ୍ଡେଲ୍‌ରେ ଯାତ୍ରୀ ହାତ ଭର୍ତ୍ତି କରି ଛିଡ଼ା ହୋଇରହନ୍ତି। ପ୍ରଥମେ ବ୍ରିଟେନ୍‌ର ହିଥ୍ରୋ ବିମାନବନ୍ଦର ଭିତରେ ଥିବା ବସ୍‌ରେ ଲାଗିଥିବା ଷ୍ଟ୍ରାପ୍‌ରେ ବିଜ୍ଞାପନ କରାଗଲା। ବିମାନ ପାଖକୁ ଯିବା ପାଇଁ ବ୍ୟବହୃତ ଏଇ ବସ୍‌ରେ ଅଧିକାଂଶ ଯାତ୍ରୀ ଛିଡ଼ା ହୋଇ ଯା’ନ୍ତି। ବସ୍‌ ଭିତର ହ୍ୟାଣ୍ଡେଲ୍‌ ଷ୍ଟ୍ରାପ୍‌ର ଏଇ ବିଜ୍ଞାପନର ପ୍ରଭାବ ୨ମାସ ପରେ ଜଣାପଡ଼ିଲା। ଘଣ୍ଟା ବିକ୍ରି ଏତେ ବଢ଼ିଲା ଯେ, ହଜାରହଜାର ଗ୍ରାହକ ୱେଟିଙ୍ଗ୍ ଲିଷ୍ଟରେ ରହିଲେ। ଅଳ୍ପ ଖର୍ଚ୍ଚରେ କର୍ମଚାରୀଜଣକ ବିଶ୍ବର ସବୁଠୁ ଭଲ ବିଜ୍ଞାପନ କରି ଚର୍ଚ୍ଚା ପରିସରକୁ ଆସିଥିଲେ। ଏଇ ଘଟଣାରୁ ସ୍ପଷ୍ଟ ହେଉଛି କାମ କରିବା ପାଇଁ ଅର୍ଥ ନୁହେଁ, ବରଂ ବୁଦ୍ଧିର ଆବଶ୍ୟକତା ଅଛି।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories