www.samajalive.in
Monday, December 15, 2025
24.1 C
Bhubaneswar

ଆଠଗଡରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ

ଆଠଗଡ : ଆଠଗଡ ମୁସଲିମ ବସ୍ତି ଓ କନ୍ତୋଲ ମୁସଲିମ ବସ୍ତିରେ ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିବସ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ପାଳିତ ହୋଇଯାଇଛି । ଆଠଗଡ, କନ୍ତୋଲ ଓ ଅନ୍ୟ ଆଖପାଖ ମୁସଲିମ ବସ୍ତିର ମୁସଲମାନ ଭାଇମାନଙ୍କ ସହ କେତେକ ହିନ୍ଦୁ ଭାଇମେନେ ଏକତ୍ର ହୋଇ ଆଠଗଡ ମସଜିଦରୁ ଶୋଭାଯାତ୍ରାରେ ବାହାରି ଶାନ୍ତିଶୃଙ୍ଖଳାର ସହ ଆଠଗଡ ସହର ଓ କନ୍ତୋଲ ଅଞ୍ଚଳ ପରିକ୍ରମା କରିଥିଲେ। ଏହି ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ  ମହାପୁରୁଷ ମହମ୍ମଦ ଶାନ୍ତିର ପ୍ରତୀକ ଥିଲେ ଏବଂ ସମସ୍ତଙ୍କ ସାଥିରେ ଭାଇଚାରାରେ ଚଳୁଥିଲେ । ଇସଲାମ୍  ଧର୍ମ ମଧ୍ୟ ମାନବିକତା ଆଧାରରେ ସମ୍ପର୍କ ଯୋଡି ଉତ୍ତମ ବ୍ୟବହାର କରିବା,  କାହାର ଅନିଷ୍ଟ ନକରିବା ଲାଗି ଶିକ୍ଷା ଦେଇଥାଏ ବୋଲି ଏହି ଆଲୋଚନାଚକ୍ରରେ ମତପ୍ରକାଶ ପାଇଥିଲା। ସମସ୍ତେ ଏକତ୍ରିତ ହୋଇ ନମାଜ ପାଠ କରିବା ସହିତ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories