www.samajalive.in
Monday, December 15, 2025
15.1 C
Bhubaneswar

ଗାନ୍ଧୀ ଜୟନ୍ତୀରୁ ଜିଲା ପରିକ୍ରମା କରିବ ସାଇବର ସୁରକ୍ଷା ସଚେତନତା ରଥ

କେନ୍ଦୁଝରଗଡ଼ :  ଅନ୍‌‌ଲାଇନ ପ୍ରତି ଦିନକୁଦିନ ଯୁବ ପୀଢ଼ି ଯେଭଳି ଭାବେ ଆକୃଷ୍ଟ ହେବାସହ ବିଭିନ୍ନ ସମୟରେ ସାଇବର ଠକେଇର ଶୀକାର ହେଉଛନ୍ତି ତାହାକୁ ଲକ୍ଷ୍ୟ ରଖି ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୩ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀରେ କେନ୍ଦୁଝର ଜିଲାରେ ଦୁଇ ସପ୍ତାହବ୍ୟାପୀ ସାଇବର ସୁରକ୍ଷା ସଚେତନତା ରଥ ପରିକ୍ରମା କରିବ ବୋଲି ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହି ରଥ ୨ ତାରିଖ ପୂର୍ବାହ୍ନ ୧୦ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭ ଉଦ୍‌‌ଘାଟନ ହେବା ପରେ ଜିଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସମେତ ଜିଲାର ପ୍ରମୁଖ ସ୍ଥାନ ମାନଙ୍କରେ ସୁରକ୍ଷିତ ସାଇବର ଓଡିଶା ଲକ୍ଷ୍ୟରେ ‘ସଚେତନ ରୁହନ୍ତୁ-ସୁରକ୍ଷିତ ରୁହନ୍ତୁ’ ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରିବା ସହ ଅକ୍ଟୋବର ୧୫ ତାରିଖ ପୂର୍ବାହ୍ନ ୧୦ଟାରେ ରିଜର୍ଭ ପୁଲିସ ପଡିଆରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ସୂଚନା ଦେଇଛନ୍ତି।

ଏହି ଅବସରରେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୩ ଲୋଗୋ ଉନ୍ମୋଚିତ ହୋଇଯାଇଛି। ଯେକୌସି ବ୍ୟକ୍ତି ସାଇବର ଠକେଇର ଶୀକାର ହେଲେ ବିଳମ୍ବ ନକରି ହେଲପ୍‌‌ଲାଇନ ନମ୍ବର ୧୯୩୦ ଯୋଗେ ତୁରନ୍ତ କଲ କରିବା ସହ ଆବଶ୍ୟକ ସ୍ଥଳେ www.cybercrime.gov.in ହେଲେ ବିଳମ୍ବ ନକରି ଲଗଇନ କରି ସୂଚନା ଦେବାକୁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଛନ୍ତି । ବିଶେଷ କରି କିଭଳି ସାଇବର ଅପରାଧରୁ ସୁରକ୍ଷିତ ରହିବେ, ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ସତର୍କତା ଅବଲମ୍ବନ, ପିଲାଙ୍କୁ କିଭଳି ସାଇବର ଅପରାଧରୁ ସୁରକ୍ଷିତ ରଖିବେ, ଆର୍ଥୀକ କାରବାର ସମୟରେ ସତର୍କତା ଅବଲମ୍ବନ କରିବା, ଅନ୍‌‌ଲାଇନ ସପିଂରେ ସତର୍କତା, କେୱାଇସି, ଆଧାର ଓ ପାନ କାର୍ଡ ସମ୍ପର୍କିିତ ଠକେଇ, ସର୍ଚ୍ଚ ଇଞ୍ଜିନର ବ୍ୟବହାର ଠକେଇ, ନିଯୁକ୍ତି ଠକେଇ, ଋଣ ଆପ ଠକେଇ, ମାଟ୍ରିମୋନିଆଲ ବା ଉପହାର ଠକେଇ, ଅଜଣା ନମ୍ବରୁ ଆସିଥିବା କଲ କିମ୍ବା ସିମ୍‌‌ସ୍ୱାପ୍‌‌ ଠକେଇ, ଟାୱାର ସ୍ଥାପନ ନାମରେ ଠକେଇ, ଓଏଲଏକ୍ସ ଠକେଇ ଭଳି ଘରୋଇ ସତର୍କତା କିଭଳି ଅବଲମ୍ବନ କରିବେ ସେ ସମ୍ପର୍କରେ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ସାମ୍ପ୍ରତିକ ସ୍ଥିତିରେ ଛାତ୍ରଛାତ୍ରୀ ବିଶେଷଭାବେ ସାଇବର ଠକେଇର ଶୀକାର ହେଉଥିବାରୁ ସେମାନେ କିଭଳି ଇଣ୍ଟରନେଟ୍‌‌ ସୁରକ୍ଷା ଅଭ୍ୟାସ, ଇଣ୍ଟରନେଟ୍‌‌ ବ୍ୟବହାରର ନୈତିକ ନିୟମ, ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ସତର୍କତା, ଗେମିଙ୍ଗ ଆପ୍ଲିକେସନ ବ୍ୟବହାର କ୍ଷେତ୍ରରେ ସତର୍କତା, ଆର୍ଥୀକ କାରବାର ଜନିତ ସୁରକ୍ଷା, ଶିଶୁ ପର୍ନୋଗ୍ରାଫି, ପ୍ରତିଶୋଧମୂଳକ ପର୍ନୋଗ୍ରାଫି, ରିପୋର୍ଟିଙ୍ଗ ବା ସୂଚନା ପ୍ରଦାନ କରିବା ଆଦି ସମ୍ପର୍କରେ ବିଶେଷଭାବେ ଅବଗତ ହେବାପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ନିଜେ ସତର୍କ ରୁହନ୍ତୁ ଓ ସୁରକ୍ଷିତ ରହି ସାଇବର ଅପରାଧର କଡା ମୁକାବିଲା କରିବାକୁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେବାସହ ସାଇବର ଅପରାଧ ଶୀକାର ହେଲେ କିମ୍ବା ଠକେଇର ଶୀକାର ହେଲେ ତୁରନ୍ତ ନିକଟସ୍ଥ ଥାନା ନଚେତ୍‌‌ ଜିଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ସାଇବର ଅପରାଧ ଥାନାରେ ତୁରନ୍ତ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଅବସରରେ ଡିଏସ୍‌‌ପି ଅମ୍ବିତ ମହାନ୍ତି ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories