www.samajalive.in
Monday, December 8, 2025
14.1 C
Bhubaneswar

ଧୋନିଙ୍କ ଶେଷ ଆଇପିଏଲ !

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୨୦ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିଲେ ମଧ୍ୟ ବ୍ୟୟବହୁଳ କ୍ରିକେଟ ଲିଗ୍‌ ଆଇପିଏଲରେ ଖେଳିବା ଜାରି ରଖିଛନ୍ତି। ଧୋନିଙ୍କ ନେତୃତ୍ବରେ ଚେନ୍ନଇ ସୁପରକିଙ୍ଗ୍‌ସ ୫ଥର ଆଇପିଏଲ ଟ୍ରଫି ଜିତିଛି। ୪୪ ବର୍ଷୀୟ ଧୋନି ଆଇପିଏଲରେ ଏବେ ସୁଦ୍ଧା ସର୍ବାଧିକ ୨୬୪ଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ୩୯୧୨ରନ କରିଛନ୍ତି। ୨୦୨୫ ତାଙ୍କର ଶେଷ ଆଇପିଏଲ ହେବା ନେଇ କ୍ରିକେଟ ପଣ୍ଡିତମାନେ ପୂର୍ବାନୁମାନ କରିଛନ୍ତି। ଧୋନିଙ୍କ ନେତୃତ୍ବରେ ଚେନ୍ନଇ ସୁପରକିଙ୍ଗ୍‌ସ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଆଇପିଏଲ ଚମ୍ପିଆନ ହୋଇଛି। ଧୋନି ୨୦୦୮ରୁ ୨୦୧୫ ପର୍ଯ୍ୟନ୍ତ ଚେନ୍ନଇ ସୁପରକିଙ୍ଗ୍‌ସ ପାଇଁ ଖେଳିଥିଲେ। ୨୦୧୬ ଓ ୨୦୧୭ରେ ଚେନ୍ନଇ ସୁପରକିଙ୍ଗ୍‌ସ ଦୁଇବର୍ଷ ବାସନ୍ଦ ହେବା ଯୋଗୁ ଧୋନି ରାଇଜିଂ ସୁପରଜାଏଣ୍ଟ୍‌ସ ପାଇଁ ଖେଳିିଥିଲେ। ଏହା ପରେ ୨୦୧୮ରୁ ନିୟମିତ ଭାବେ ଚେନ୍ନଇ ସୁପରକିଙ୍ଗ୍‌ସ ପକ୍ଷରୁ ଖେଳୁଛନ୍ତି। ୨୦୨୨ରେ ଧୋନି ଚେନ୍ନଇ ସୁପରକିଙ୍ଗ୍‌ସ ଅଧିନାୟକ ପଦ ଛାଡ଼ିଥିଲେ। ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ଦଳ ଜାଡେଜାଙ୍କ ଅଧିନାୟକତ୍ବରେ ଖରାପ ପ୍ରଦର୍ଶନ କରିବାରୁ ଅଧାରୁ ପୁଣି ଧୋନିଙ୍କୁ ନେତୃତ୍ବ ଦିଆଯାଇଥିଲା। ୨୦୨୩ରେ ଧୋନିଙ୍କ ନେତୃତ୍ବରେ ଦଳ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ବିଜୟୀ ହୋଇଥିଲା। ୨୦୨୪ରେ ଧୋନି ଚେନ୍ନଇ ସୁପରକିଙ୍ଗ୍‌ସର ଅଧିନାୟକ ପଦକୁ ଛାଡ଼ିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories