ଶହେରୁ ଅଧିକ ଦେଶରେ ରହିଛି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ବଲାଙ୍ଗୀର : ବିଶ୍ୱର ୧୦୨ଟି ଦେଶରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିଥିବା ସୂଚନା ଅଧିକାର ଆଇନ ଦ୍ୱାରା ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡିଛି। ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିଥିବା ସମୁଦାୟ ୧୦୨ ଦେଶ ମଧ୍ୟରୁ ୮୨ଟି ଦେଶରେ ପୂର୍ଣାବୟବ ପ୍ରତିମୂର୍ତ୍ତି
ରହିଥିବାବେଳେ ୨୦ଟି ଦେଶରେ ଅର୍ଦ୍ଧାବୟବ ପ୍ରତିମୂର୍ତ୍ତି ରହିଥିବା ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ, ପଣ୍ଡା ଭାରତ ସରକାରଙ୍କ ବୈଦେଶିକ ବିଭାଗକୁ ତଥ୍ୟ ମାଗିଥିଲେ। ସୂଚନା ଅଧିକାର ଆଇନର ୬(୩) ଧାରା ଅନୁଯାୟୀ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ତଥ୍ୟ ପ୍ରଦାନ କରିଛି। କିନ୍ତୁ କେତୋଟି ଦେଶର ମୁଦ୍ରା ଏବଂ ଡାକଟିକଟରେ ଗାନ୍ଧୀଙ୍କ ଫଟୋ ରହିଛି ଏହି ତଥ୍ୟ ନାହିଁ ବୋଲି କୁହାଯାଇଛି। ବିଶ୍ୱର ବିଭିନ୍ନ ଦେଶରେ ରହିଥିବା ମହାମାନବ ମାନଙ୍କର ପ୍ରତିମୂର୍ତ୍ତି ସଂଖ୍ୟା ମଧ୍ୟରେ ଗାନ୍ଧୀ ସର୍ବାଗ୍ରେ ରହିଛନ୍ତି ବୋଲି ସୂଚନା କର୍ମି ପଣ୍ଡା ତଥ୍ୟକୁ ଅନୁଧ୍ୟାନ କରି କହିଛନ୍ତି।

kalyan agarbati

Comments are closed.