ମହାରାଷ୍ଟ୍ରରେ ଦୁଇ ଭିନ୍ନକ୍ଷମ ଛାତ୍ରୀଙ୍କୁ ଯୌନ ନିର୍ଯାତନା

0

ମୁମ୍ବଇ : ମହାରାଷ୍ଟ୍ରର ରାଇଗଡ ଜିଲା କାରଜତରେ ଥିବା ସରକାରୀ ପରିଚାଳିତ ଏକ ଆବାସିକ ସ୍କୁଲରେ ଦୁଇଜଣ ଭିନ୍ନକ୍ଷମ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ମୁକ ଓ ବଧିର ଥିବା ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଉପରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ତଦନ୍ତ ନିର୍ଦେଶ ଆଧାରରେ ଉଭୟ ଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ଡାକ୍ତରୀ ପରୀକ୍ଷାରେ ଉଭୟଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯିବା ନେଇ ମାର୍ଚ୍ଚ ୩୦ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଆବାସିକ ସ୍କୁଲର କେୟାରଟେକର ରାମ ଶଙ୍କର ବେମ୍ବ୍ରେଙ୍କୁ ପୁଲିସ ଗିରଫ କରିଛି। ମାମଲାର ତଦନ୍ତ ପାଇଁ ପୁଲିସ ଇଣ୍ଟରପ୍ରିଟରଙ୍କ ସହଯୋଗ ନେଇଛି। ପୁଲିସ ୭ଜଣ ଛାତ୍ରୀଙ୍କ ବୟାନ ରେକର୍ଡ କରିଛି। ଅନ୍ୟ ଛାତ୍ରୀମାନେ ଯୌନ ନିର୍ଯାତନାର ଶିକାର ହୋଇଥିବା ଆଶଙ୍କା କରି ଅନ୍ୟମାନଙ୍କର ମଧ୍ୟ ଡାକ୍ତରୀ ମାଇନା କରାଯାଇଛି। ତଦନ୍ତ ଚାଲୁ ରହିଥିବାରୁ ସ୍କୁଲକୁ ବନ୍ଦ ରଖାଯାଇଛି। ଜାମ୍ମୁର କଠୁଆ ଓ ଉତ୍ତର ପ୍ରଦେଶ ଉନ୍ନାଓର ଗଣବଳାତ୍କାର ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏହି ଘଟଣା ଏବେ ଏହାକୁ ଅଧିକ ସମ୍ବେଦନଶୀଳ କରିଛି।

Leave A Reply