ମହାରାଷ୍ଟ୍ର ମହାନାଟକ: ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି
ମୁମ୍ବଇ: ମହାରାଷ୍ଟ୍ର ମହାନାଟକର ମୋଡ କେତେବେଳେ କେଉଁ ଆଡକୁ ଯାଉଛି ତାହା କହିବା ମୁସ୍କିଲ ହୋଇପଡୁଛି। ରାତିରେ ଉଦ୍ଧବ ଠାକେରେ ମୁଖ୍ୟମନ୍ତ୍ରୀ ହେବାର ଚର୍ଚା ଲାଗିରହିଥିବା ବେଳେ ସକାଳେ ଦେବେନ୍ଦ୍ର ଫଡ଼ଣବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଛନ୍ତି। ମହାରାଷ୍ଟ୍ରରେ ବିଜେପି ନୂତନ ସରକାର ଗଠନ ପାଇଁ ଏନସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନସିପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି।ସରକାର ଗଠନ ନେଇ ଦେବେନ୍ଦ୍ର ଫଡ଼ଣବିସଙ୍କୁ ଆମନ୍ତ୍ରିତ କରିବା ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଶିବସେନା, ଏନସିପି ଓ କଂଗ୍ରେସ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଯାଚିକାର ଶୁଶାଣି ଆସନ୍ତାକାଲି କରାଯିବ। ସୁପ୍ରିମକୋର୍ଟ ଏହି ତିନି ଦଳଙ୍କ ଯାଚିକା ଉପରେ ଶୁଣାଣି କରିବାକୁ ମଞ୍ଜୁରୀ ଦେଇସାରିଥିବା ବେଳେ ଆସନ୍ତାକାଲି ୧୧ଟା ୩୦ରେ ଏହି ମାମାଲାର ଶୁଶାଣି କରାଯିବ।
ସୁପ୍ରିମକୋର୍ଟରେ ଦାଖଲ ଯାଚିକାରେ କଂଗ୍ରେସ, ଶିବସେନା ଓ ଏନସିପି ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୧୫୪ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ତିନି ଦଳ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଯାଚିକା ମାଧ୍ୟମରେ ଅନୁରୋଧ କରିଛନ୍ତି ଯେ, ଅଦାଲତ ଯଥା ଶୀଘ୍ର ମହାରାଷ୍ଟ୍ର ବିଧାନସଭାରେ ସ୍ଵତନ୍ତ୍ର ଅଧିବେଶନ ଡକାଇ ଦେବେନ୍ଦ୍ର ଫଡ଼ଣବିସଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଏଥିରୁ ସ୍ପଷ୍ଟ ହୋଇଯିବ ଯେ ବହୁମତ ଉଦ୍ଧବ ଠାକରେଙ୍କ ପାଖରେ ଅଛି ନା ଦେବେନ୍ଦ୍ର ଫଡ଼ଣବିସଙ୍କ ପାଖରେ ଅଛି।
Supreme Court to hear on tomorrow at 11.30 am the joint plea of Shiv Sena, Nationalist Congress Party and Indian National Congress against the decision of Maharashtra Governor inviting Devendra Fadnavis to form the government on November 23. pic.twitter.com/Be4lMgmSNH
— ANI (@ANI) November 23, 2019
Comments are closed.