ମହାକାଳପଡାରେ ଗୁଳି କାଣ୍ଡ – ବାପା ମୃତ, ପୁଅ ଓ ମା’ ଗୁରୁତର, ଗୁଳିମାରିଥିବା ଦୁଇ ଯୁବକଙ୍କୁ ଧରି ନିସ୍ତୁକ ପିଟିଲେ ଗ୍ରାମବାସୀ

ମହାକାଳପଡା – ପଞ୍ଚାୟତ ନିର୍ବାଚନ ପରେ ରାଜନୈତିକ ହିଂସା ଅଭିଯୋଗ । ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣଙ୍କର ମୃତ୍ୟୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବବକର ପୁର ଗାଁ ରେ ଗୁଳିକାଣ୍ଡ ଘଟି ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତିଜଣଙ୍କ କେନ୍ଦ୍ରାପଡା ବ୍ଲକର ଅବସରପ୍ରାପ୍ତ କର୍ମଚାରୀ ଅରବିନ୍ଦ ମିଶ୍ର। ତାଙ୍କ ସ୍ତ୍ରୀ ମିନତୀ ମିଶ୍ର ଓ ପୁଅଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ୨ ଟା ବେଳେ ୨ ଜଣ ଦୁର୍ବୁର୍ତ୍ତ ବାଇକ ଯୋଗେ ଆସି ଅରବିନ୍ଦଙ୍କ ଘରୁ ତାଙ୍କୁ ଡାକି ଥିଲେ। କେହି ଡାକୁ ଥିବାର ଶୁଣି ପଦାକୁ ଆସିବା କ୍ଷଣି ଦୁର୍ବୁର୍ତ୍ତ ମାନେ ତାଙ୍କ ଉପରକୁ ଅତର୍କିତ ଗୁଳି ଚଳାଇ ଥିଲେ। ତେବେ ପାଟି ତୁଣ୍ଡ ଶୁଣି ଅରବିନ୍ଦ ଙ୍କ ସ୍ତ୍ରୀ ଓ ପୁଅ ପଦାକୁ ଆସିବାରୁ ସେମାନଙ୍କ ଉପରକୁ ମଧ୍ୟ ଦୁର୍ବୁର୍ତ୍ତ ଗୁଳି ମାଡ କରିଥିଲେ। ଅରବିନ୍ଦ ଙ୍କ ପେଟ, ବେକ ଓ ତଳିପେଟ ରେ ୩ ଗୁଳି ବାଜିଥିଲା। ଡାକ୍ତରଖାନା ନେବା ସମୟରେ ଅରବିନ୍ଦଙ୍କର ମୃତ୍ୟୁ ହୋଇଯାଇଥିଲା।

ଗୁଳିମାଡ କରି ଫେରାର ହୋଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣ  ଦୁର୍ବୁର୍ତ୍ତ ଙ୍କୁ କାବୁ କରିଥିଲେ। ଧରା ପଡିଥିବା୨ ଜଣ ଦୁର୍ବୁର୍ତ୍ତ ଙ୍କୁ ମହାକାଳପଡ଼ା ପୋଲିସ ନିଜ ହେପାଜତକୁ ନେଇଛି । ଦୁଇଜଣଙ୍କୁ ମହାକାଳପଡା ପୋଲିସ ମହାକାଳପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା  କରିଛି । ଏହି ଦୁଇଜଣଙ୍କୁ ସ୍ଥାନୀୟ ଲୋକ ନିସ୍ତୁକ ମାଡ ମାରିଛନ୍ତି । ପୋଲିସ ଏବେ ଗୁଳିାକାଣ୍ଡର ତଦନ୍ତ ଜାରି ରଖିଛି ।

Comments are closed.