ଶିଳ୍ପପତି ମୁକେଶ ଅମ୍ବାନୀଙ୍କର ଚଳଚ୍ଚିତ୍ର ତାରକାଙ୍କ ସହ ବେଶ୍ ଉତ୍ତମ ବନ୍ଧୁତ୍ବ ରହିଛି, ତାହା ତାଙ୍କ ଘରେ ଆୟୋଜିତ ହେଉଥିବା ବିଭିନ୍ନ ପାର୍ଟିରୁ ସ୍ପଷ୍ଟ ଭାବେ ପ୍ରମାଣିତ ହୁଏ। ଖୁବ୍ ଶୀଘ୍ର ମୁକେଶ ଅମ୍ବାନୀ ପ୍ରଯୋଜିତ ‘ମହାଭାରତ’ ଚଳଚ୍ଚିତ୍ରର କାମ ଆରମ୍ଭ ହେବ। ଅମୀର ଖାନ୍ ଏହି ଚଳଚ୍ଚିତ୍ରର ସମସ୍ତ ଦାୟିତ୍ବ ନେଇଥିବାର ଜଣାପଡ଼ିଛି। ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’ର ସୁଟିଂ ପରେ ହିଁ ଅମୀର ମହାଭାରତ କାମ ଆରମ୍ଭ କରିବେ ବୋଲି ପ୍ରକାଶ। ୫ଟି ଭାଗରେ ନିର୍ମିତ ହେବାକୁ ଥିବା ମହାଭାରତରେ ଅମୀର ‘କୃଷ୍ଣ’ ଭୂମିକାରେ ଦେଖାଦେଇପାରନ୍ତି। ୩ଜଣ ନିର୍ଦେଶକଙ୍କ ନିର୍ଦେଶନାରେ ଏହି ଚଳଚ୍ଚିତ୍ରର କାମ ଆରମ୍ଭ ହେବ। ପ୍ରଖ୍ୟାତ ନିର୍ଦେଶକ ଏସ୍.ଏସ୍.ରାଜମୌଲୀ ଏମାନଙ୍କୁ ମଧ୍ୟରୁ ଜଣେ ବୋଲି ଶୁଣାଯାଉଛି। ୧ହଜାର କୋଟି ଏଥିରେ ମୁକେଶ ନିବେଶ କରିବେ ବୋଲି ସ୍ଥିର ହୋଇଛି। ଅମୀର ଏହି ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ୧୦ ବର୍ଷ ସମୟସୀମା ନେଇଛନ୍ତି। ପ୍ରତି ୨ ବର୍ଷ ଅନ୍ତରରେ ଏହାର ଗୋଟିଏଗୋଟିଏ ଭାଗ ମୁକ୍ତିଲାଭ କରିବ। ଚେନ୍ନଇର ଏକ ଗ୍ରାମରେ ଏହା ସୁଟିଂ ହେବାର ଯୋଜନା ଚାଲିଛି। ଚଳିତ ବର୍ଷ ଶେଷ ସୁଦ୍ଧା ‘ମହାଭାରତ’ ଚଳଚ୍ଚିତ୍ର ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସାମ୍ନାକୁ ଆସିବ ।
Popular Categories



