nua o banner

ଆଧାର ତଥ୍ୟ ସମ୍ପୂର୍ଣ୍ଣ ନିରାପଦ ଓ ସୁରକ୍ଷିତ

BSKY banner  750×100
0

ନୂଆଦିଲ୍ଲୀ: ଆଧାର କାର୍ଡରେ ରହିଥିବା ବ୍ୟକ୍ତିର ଗୋପନୀୟ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ନିରାପଦ। ଏହି ତଥ୍ୟ ବଳିଷ୍ଠ, ଆଜୀବନ ଓ ପୁନଃବ୍ୟବହାରଯୋଗ୍ୟ ଜାତୀୟ ପରିଚୟ ବୋଲି ଭାରତ ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ମୁଖ୍ୟ କହିଛନ୍ତି। ଆଧାର ତଥ୍ୟ ସୁରକ୍ଷିତ ଥିବା ନେଇ ୟୁଆଇଡିଏଆଇ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଜୟ ଭୂଷଣ ପାଣ୍ଡେ ଗୁରୁବାର ସୁପ୍ରିମକୋର୍ଟରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ କରିଥିଲେ। ସୁପ୍ରିମକୋର୍ଟଙ୍କ ଅନୁମତିକ୍ରମେ ଶ୍ରୀ ପାଣ୍ଡେ ୮୦ ମିନିଟର ପାୱାର ପଏଣ୍ଟ ପ୍ରେଜେଣ୍ଟେସନ କରିଥିଲେ। ଆଧାରର ସାମ୍ବିଧାନିକ ବୈଧତା ଉପରେ ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ୫ଜଣିଆ ବିଚାରପତି ପୀଠଙ୍କ ଆଗରେ ଏହି ପ୍ରେଜେଣ୍ଟେସନ କରାଯାଇଥିଲା। ପ୍ରେଜେଣ୍ଟେସନ ଉପସ୍ଥାପନ ପରେ ସିଇଓ ପାଣ୍ଡେ କହିଥିଲେ ଯେ ଆଧାର ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ନିରାପଦ। ୟୁଆଇଡିଏଆଇଙ୍କ ନିକଟରେ ୧୨୦କୋଟି ଭାରତୀଙ୍କର ବାୟୋମେଟ୍ରିକ୍‍ ତଥ୍ୟ ରହିଛି। ଏହି ତଥ୍ୟକୁ କୌଣସି ପରିସ୍ଥିତିରେ କେହି ଚୋରି କରିପାରିବେ ନାହିଁ ବୋଲି ଅଜୟ ଭୂଷଣ ପାଣ୍ଡେ ତାଙ୍କ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ପ୍ରମାଣିତ କରିଥିଲେ। ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ପରେ ପାଣ୍ଡେ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ୟୁଆଇଡିଏଆଇ ଗୋଟିଏ ଦିନରେ ପ୍ରାୟ ୪ଲକ୍ଷ ଯାଞ୍ଚ ଅନୁରୋଧ ପାଇଥାନ୍ତି। ମାତ୍ର କର୍ତ୍ତୃପକ୍ଷ କେବେହେଲେ ଏହାର ଅବସ୍ଥିତି ଓ ଉଦ୍ଦେଶ୍ୟ ବାବଦରେ ଜଣାଇ ନଥାନ୍ତି। ପାଣ୍ଡେ କହିଛନ୍ତିଯେ ଆଗାମୀ ଦିନରେ ଆଧାର ପରିଚୟ ପାଇଁ ବ୍ୟକ୍ତିର ମୁଖମଣ୍ଡଳ (ମୁହଁ)ର ଫଟୋକୁ ବ୍ୟବହାର କରାଯିବ। ଅଙ୍ଗୁଳି ଛାପ ଓ ଆଖି ଡୋଳା ପରିବର୍ତ୍ତେ ଫଟୋକୁ ବୈଧତା ଯାଞ୍ଚ ପାଇଁ ଗ୍ରହଣ କରାଯିବ। ୨୦୧୮ ଜୁଲାଇ ୧ରୁ ଏହି ନୂଆ ବୈଧତାକୁ କାର୍ୟ୍ୟକାରୀ କରାଯିବ। ୧୯୮୪ ବ୍ୟାଚ ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‍ ଅଫିସର ଶ୍ରୀ ପାଣ୍ଡେ କହିଥିଲେ ଆଧାର କାର୍ଡ ନଥିବା କାରଣରୁ କେହି ସରକାରୀ ସୁବିଧାରୁ ବଞ୍ଚିତ ହୋଇ ନାହାନ୍ତି। ଆଧାର ବିନା ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିବାର କୌଣସି ତଥ୍ୟ ନାହିଁ।
ଆଧାର ନ ଥିବା କାରଣରୁ ଅନେକ ଲୋକ ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିବା ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥିବା ବିଚାରପତିମାନେ ଦର୍ଶାଇଥିଲେ। ଝାଡଖଣ୍ଡରେ ଜନୈକ ମହିଳାଙ୍କର ଆଧାର କାର୍ଡ ନଥିବା କାରଣରୁ ରାସନ ଦୋକାନୀ ତାଙ୍କୁ ଜିନିଷ ଦେଇ ନଥିଲା। ପରବର୍ତ୍ତୀ ସମୟରେ ଉକ୍ତ ମହିଳାଙ୍କର ଅନାହାର ମୃତ୍ୟୁ ହୋଇଥିବା ରିପୋର୍ଟ ସମ୍ପର୍କରେ ସୁପ୍ରିମକୋର୍ଟ ୟୁଆଇଡିଏଆଇ ସିଇଓ ଶ୍ରୀ ପାଣ୍ଡେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି ରିପୋର୍ଟ ପରେ ୟୁଆଇଡିଏଆଇ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଶ୍ରୀ ପାଣ୍ଡେ କହିଥିଲେ। ରାସନ ଦୋକାନି କେବଳ ଉକ୍ତ ମହିଳା ନୁହନ୍ତି ଅନ୍ୟ କେତେକ ଲୋକଙ୍କୁ ରାସନ ସାମଗ୍ରୀ ଦେଇ ନଥିଲେ। ଆଧାରର ବାୟୋମେଟ୍ରିକ ତଥ୍ୟ ମେଳ ଖାଉ ନଥିବା କାରଣରୁ ସେମାନଙ୍କୁ ରାସନ ସାମଗ୍ରୀ ଦିଆଯାଇ ନଥିଲା। ମାତ୍ର ୟୁଆଇଡିଏଆଇ କର୍ତ୍ତୃପକ୍ଷ ଯାଞ୍ଚ କରିବା ବେଳେ ବାୟୋମେଟ୍ରିକ ତଥ୍ୟ ମେଳ ଖାଇଥିଲା।
୨୦୦୯-୧୦ରେ ୟୁପିଏ ସରକାର ଆଧାର କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ସବସିଡି (ରିଆତି) ପ୍ରଦାନକୁ ସୁଗମ କରିବା ପାଇଁ ଏପରି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ତେବେ ଏହି ଆଧାରକୁ ବାଧ୍ୟତାମୂଳକ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୨୦୧୬ରେ ଏକ ଆଇନ ଆଣିଛନ୍ତି। ଏହି ଆଇନର ବୈଧତା ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି।

Leave A Reply