www.samajalive.in
Saturday, December 6, 2025
16.1 C
Bhubaneswar

ଆଣ୍ଡାମାନର ଜରାୱା ଜନଜାତିଙ୍କୁ ମିଳିଲା ଭୋଟର ପରିଚୟ ପତ୍ର

ପୋର୍ଟବ୍ଲେୟାର: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଜରାୱା ଜନଜାତିକୁ ଭୋଟର ତାଲିକାଭୁକ୍ତ କରାଯାଇଛି। ବୁଧବାର ଏହି ସଂପ୍ରଦାୟର ୧୯ ଜଣ ସଦସ୍ୟଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଛି। ଏହି ସଂପ୍ରଦାୟ ସାଉଥ୍‌ ଆଣ୍ଡାମାନର ଜିର୍କାତାଙ୍ଗରେ ବାସ କରୁଛନ୍ତି। ଆଧୁନିକ ସଭ୍ୟ ସମାଜ ସହ ଏମାନଙ୍କର ସଂପୃକ୍ତି ନ ଥିବାରୁ ସେମାନେ ଏକାନ୍ତବାସରେ ରହିବାକୁ ପସନ୍ଦ କରିଥାନ୍ତି। ତେବେ ସେମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ କରାଯିବା ଏକ ଉଲ୍ଲେଖନୀୟ ଘଟଣା ବୋଲି ଆଣ୍ଡାମାନ ମୁଖ୍ୟ ଶାସନ ସଚିବ ଚନ୍ଦ୍ରଭୂଷଣ କୁମାର କହିଛନ୍ତି। ପ୍ରଥମେ ଏହି ସଂପ୍ରଦାୟର ଲୋକେ ଭୋଟର ପରିଚୟ ପ୍ରକ୍ରିୟାରେ ସାମିଲ ହେବାକୁ କୁଣ୍ଠାବୋଧ କରୁଥିଲେ। ତେବେ ‘ଆଣ୍ଡାମାନ ଆଦିମ ଜନଜାତି ବିକାଶ ସମିତି’ କର୍ମକର୍ତ୍ତାମାନେ ପ୍ରବର୍ତ୍ତାଇବା ପରେ ସେମାନେ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି। ଜରାୱା ଜନଜାତି ଆଣ୍ଡାମାନର ମୂଳ ଅଧିବାସୀ ହୋଇଥିବାବେଳେ ସେମାନେ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ଜୀବିକା ଉପାର୍ଜନ କରିଥାନ୍ତି। ସମାଜର ମୁଖ୍ୟ ସ୍ରୋତରୁ ଅଲଗା ରହିଥିବା ଏହି ଜନଜାତି ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାରେ ବିଶ୍ବାସ କରିଥାନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories