ମହାରାଷ୍ଟ୍ରୁ ଓଡିଶା ଚାଲି ଚାଲି ଆସିଛି ମହାବଳ ବାଘ – ଖାଇଗଲା ମଇଁଷି ଛୁଆ

ଗୁଣପୁର -ମହାରାଷ୍ଟ୍ରରୁ ୪ରାଜ୍ୟ ଡେଇଁ ଓଡିଶାରେ କିଛିଦିନ ଧରି ଆତଙ୍କ ସୃଷ୍ଟିକରିଥିବା ମହାବଳ ବାଘ ଏବେ ପହଞ୍ଚିଛି ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଦହିଖାଲ ଅଞ୍ଚଳରେ । ଏହି ବାଘଟି ଗଜପତି ଅଞ୍ଚଳରେ କିଛିଦିନ ଜଙ୍ଗଲରେ ବୁଲିବା ପରେ ଗୁଡାରୀ ଜଙ୍ଗଲ ଓ ଚନ୍ଦ୍ରପୁର ଜଙ୍ଗଲ ପାର ହୋଇ ଏବେ ବାଘଟି ମୁନିଗୁଡା ରେଞ୍ଜର ଦହିଖାଲ ଅଞ୍ଚଳରେ ବୁଲୁଥିବା ଜଣାପଡ଼ିଛି । ଗତକାଲି ରାତିରେ ବନ୍ଧଗୁଡା ଗ୍ରାମ ନିକଟରେ ଏକ ମଇଁଷି ଛୁଆକୁ ଖାଇଦେଇଥିବା ଜଣାପଡ଼ିଛି । ଖବରପାଇ ବନବିଭାଗ ତରଫରୁ ଦହିଖାଲ, ବନ୍ଧଗୁଡା, ଚିଚାଙ୍ଗବୋରି ଓ ଏହାର ଆଖପାଖ ଅଞ୍ଚଳରେ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଘରୁ ବାହାରକୁ ନବାହାରିବା ପାଇ ସଚେତନତା କରାଯାଉଥିବା ବେଳେ ଟ୍ରାପ କ୍ୟାମେରା ଲଗାଯାଉଛି ।

ସୂଚନାଯୋଗ୍ୟ ଯେ ଗଜପତି ଓ ରାୟଗଡା ଅଞ୍ଚଳରେ ଦେଖାଦେଇଥିବା ବାଘ ଗତ ବୁଧବାର ଦିନ ଫୁଲବାଣୀ ଜିଲାର ବାଲିଗୁଡା ଅଭିମୁଖେ ଚାଲି ଯାଇଥିବା ବନବିଭାଗ ସନ୍ଦେହ କରିଛନ୍ତି। ଗୁଡାରି ବନାଞ୍ଚଳର ମିଲିକାପାଙ୍ଗା ଜଙ୍ଗଲରେ ବାଘର ପାଦ ଚିହ୍ନ ଚିହ୍ନଟ ହେବାପରେ ରାୟଗଡ଼ା ଜିଲାରେ ଆତଙ୍କ ଖେଳିଯାଇଛି। ଉକ୍ତ ବାଘ ଗୁଡାରି ବ୍ଲକର ତେଲେଙ୍ଗାପଦର ଗ୍ରାମ ବଂଶଧାରା ନଦୀ ପାର ହୋଇ ଏବେ ଫୁଲବାଣୀ ଜିଲାର ବାଲିଗୁଡ଼ା ଜଙ୍ଗଲ ଅଭିମୁଖେ ଚାଲି ଯାଇଛି ବୋଲି ବନବିଭାଗ ଅନୁମାନ କରୁଛି। ଉକ୍ତ ବାଘ ପୁଣି ବାହୁଡା ସମ୍ଭାବନା ଏବେ ସତ ହୋଇଛି।

କିଛି ଦିନ ଧରି ଗଜପତି ଜିଲାର ଆର, ଉଦୟଗିରି ଅଞ୍ଚଳ ରେ ଏହି ବାଘ ର ଆତଙ୍କ ଦେଖାଦେଇଛି। ଗଜପତୀ ବନ ବିଭାଗ ଏହି ବାଘକୁ ନେଇ ଜଙ୍ଗଲ ର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମରା ରେ ଫୋଟ କଏଦ୍ ହୋଇଥିଲା ଗତ ସୋମବାର ଦିନ ସଂନ୍ଧ୍ୟା ରେ ଏହି ମହାବଳ ବାଘ ଗଜପତିର ଆର୍ ଉଦୟଗିରି ସୀମା ଅତିକ୍ରମ କରି ରାୟଗଡାରେ ପ୍ରବେଶ କରିଥିବା ବନ ବିଭାଗ ସନ୍ଦେହ କରିଥିଲା ।

ଗଜପତି ବନବିଭାଗର ସୂଚନା ପରେ ଗୁଣୁପୁର ଓ ଗୁଡାରି ବନବିଭାଗ ତତ୍ପରତା ପ୍ରକାଶ କରି ବାଘର ଗତିବିଧି ଉପରେ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ବୁଧବାର ଦିନ ଗୁଡାରି ରେଞ୍ଜ ଅନ୍ତର୍ଗତ ଗୁଡାରି ଓ ମୁନିଗୁଡା ସୀମାଅଂଚଳର ବୋରିପଦର ଠାରେ ଗୁଡାରି ବନ ବିଭାଗ ବାଘର ପାଦ ଚିହ୍ନ ଠାବ କରାଯାଇଛି । ତେଲେଙ୍ଗାପଦର ଠାରେ ବାଘର ପାଦ ଚିହ୍ନ ଠାବ ହୋଇଥିଲା । ବନ ବିଭାଗର କର୍ମଚାରୀ ବିଭିନ୍ନ ଗାଁ କୁ ଯାଇ ଲୋକଙ୍କୁ ସଚେତନ କରିବା ସହ ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲ ମଧ୍ୟ କୁ ନ ଛାଡିବା, ନିଜେ ସୁରକ୍ଷିତ ରହିବା ଓ ଜଙ୍ଗଲକୁ ନଯିବା ପାଇଁ ସତର୍କ କରାଯାଇଛି।

Comments are closed.