www.samajalive.in
Sunday, December 7, 2025
26.1 C
Bhubaneswar

ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ପବିତ୍ର ଜନ୍ମସ୍ଥାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବ​ନେଶ୍ବର :​‌ ଓଡ଼ିଆ ଜାତି ପାଇଁ କୁଳବୁଦ୍ଧ ମଧୁବାବୁଙ୍କ ବଡ ସ୍ୱପ୍ନ ଓ ବଡ ଚିନ୍ତା ବ୍ୟର୍ଥ ଯିବ ନାହିଁ ଏବଂ ଏହା ଆଜିର ନାଗରିକଙ୍କର ଦାୟିତ୍ୱ ବୋଲି ଶୁକ୍ରବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ସତ୍ୟଭାମାପୁର ଗସ୍ତ କରିବା ଅବସରରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ସତ୍ୟଭାମାପୁର ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ‘ମଧୁବାବୁଙ୍କ ଏନ୍ତୁଡ଼ିଶାଳ’ ବୁଲିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁଙ୍କ ଧାମ ଯେତିକି ପବିତ୍ର, ମଧୁବାବୁଙ୍କ ଜନ୍ମସ୍ଥାନ ମଧ୍ୟ ସମସ୍ତଙ୍କ ପାଇଁ ସେତିକି ପବିତ୍ର କ୍ଷେତ୍ର। ବର୍ତ୍ତମାନର ଦେଶ ବିଦେଶର ରାଜନୀତି, ସମାଜିକ ନୀତି ଓ ଅର୍ଥନୀତିକୁ ଶତାବ୍ଦୀ ପୂର୍ବରୁ ଆମ ସମସ୍ତଙ୍କ ପ୍ରିୟ ଯୁଗପୁରୁଷ ମଧୁବାବୁ କଳ୍ପନା କରିଥିଲେ। ଓଡ଼ିଆ ସ୍ୱାଭିମାନ, ଅସ୍ମିତା, ଭାଷା, ଓଡ଼ିଆ ଯୁବକର ଶିକ୍ଷା, ରୋଜଗାର ଏବଂ ଓଡ଼ିଶାର ବିକାଶ କଥା ଭାବିଥିଲେ। ଓଡ଼ିଆ ଲୋକ ବଡ ଭାବିପାରେ, ବଡ଼ ସ୍ୱପ୍ନ ଦେଖିପାରେ। ଏହା ତାଙ୍କ ବ୍ୟକ୍ତିତ୍ୱରୁ ଅନୁମେୟ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ଶିଳ୍ପ ଓ ଦକ୍ଷତାର ବିକାଶ ପାଇଁ ମଧୁବାବୁଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ।

- Advertisement -

ଆମ ରାଜ୍ୟ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ୧୩ ବର୍ଷ ପରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ। ଦେଶର ଅମୃତ କାଳ ସମୟରେ ମଧୁବାବୁଙ୍କ ୨୦୦ ବର୍ଷ ଜୟନ୍ତୀ ହେବ ଏବଂ ସେଥିପାଇଁ ଆମେ ଏବେଠୁ ଯୋଜନା କରିବା ଦରକାର। ମଧୁବାବୁଙ୍କ ଜୟନ୍ତୀକୁ ସବୁବେଳେ ଓଡ଼ିଆ ଲୋକମାନେ ପାଳନ କରନ୍ତୁ । ତାଙ୍କର ପୁଣ୍ୟ ଜନ୍ମ ଦିବସରେ ଓଡ଼ିଆ ଭାଷା, ଜାତି, ସଂସ୍କୃତି, ଅସ୍ମିତାକୁ ନେଇ ସାଢେ ୪ କୋଟି ଓଡ଼ିଆ ଲୋକମାନଙ୍କ ଆତ୍ମବିଶ୍ୱାସ ଜାଗ୍ରତ ହେଉ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିସରରେ ଆୟୋଜିତ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories