www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରତି ବ୍ଲକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ ସରକାର

 ସାକ୍ଷୀଗୋପାଳ : ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲା ଶାଖାର ସଭାପତି ଭୀମସେନ ମହାପାତ୍ରଙ୍କ ସଭାପତିତ୍ବରେ ମଧୁବାବୁଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତିଙ୍କ ପ୍ରାକ ସୂଚନା ପରେ ମୁଖ୍ୟ ଅତିଥି ୩୨ ନଂ ଜିଲ୍ଲା ପରିଷଦ ଜୋନର ସଭ୍ୟା ବିଷ୍ଣୁପ୍ରିୟା ବରାଳ ଶ୍ରୀ ଶ୍ରୀ ଗଣେଶ ମହାପ୍ରଭୁଙ୍କ  ପ୍ରତିମୂର୍ତ୍ତି, ଉତ୍କଳ ଗୌରବ ମଧୁବାବୁ ଓ ସହିଦ ଦେବାଶିଷ ବିଶ୍ବାଳଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ, ଧୂପ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଗଣେଶ ବନ୍ଦନା, ଦୀପଂ ଜ୍ୟୋତି  ଦେଶାତ୍ମବୋଧକ ଗୀତ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସହିଦଙ୍କ ସ୍ମୃତିରେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବୋଳକଣା,ଡେଲାଙ୍ଗର ଶିକ୍ଷାବିତ ଫକୀର ଚରଣ ପାଢୀଙ୍କ ବହି ‘ଡାକଟିକଟ କେତେ ଜଣା କେତେ ଅଜଣା’ ମୁଖ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ପରିବେଶବିତ କବି ହୃଷୀକେଶ ପାଢୀଙ୍କ ଦ୍ବାରା ମାସ୍କ ବଣ୍ଟା ଯାଇଥିଲା। କସ୍ତୁରବା ଟ୍ରଷ୍ଟ, ବେରବୋଇର ସଂଚାଳିକା କବିତାରାଣୀ ପରିଡା, ଅଧ୍ୟାପକ ନରେନ୍ଦ୍ର ବେହେରା, ବନମାଳି ବେହେରା, ଜଗନ୍ନାଥ ରଥ,ସମ୍ପୂର୍ଣ୍ଣାନନ୍ଦ ମିଶ୍ର, ସୁନନ୍ଦା ମହାନ୍ତି, ରତ୍ନାକର ଜେନା, ବିଜୟ ପରିଡା, ଦିଗମ୍ବର ରଥ, ରଂଜନ ବରାଳ, ଗଜେନ୍ଦ୍ର ମହାପାତ୍ର, ବିଶାଖା ଦେବୀ, ଅଭୟ ସାହୁ, କୃପାନିଧି ପ୍ରଧାନ, ରଶ୍ମିରଞ୍ଜନ ସାହୁ, ଅନୁସ୍ବୟା କାଣ୍ଡି, ଶ୍ରୀଲିପୀ ମହାପାତ୍ର ଓ ସ୍ନେହଶ୍ରଦ୍ଧା ପ୍ରଧାନ ପ୍ରମୁଖ କବି ଯୋଗ ଦେଇଥିଲେ। କବି ସୁଜାତା ଦେବୀ ସଂଚାଳନ କରିଥିବା ବେଳେ ଜିଲ୍ଲା ଉପସଭାପତି ଅନାମ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories