www.samajalive.in
Sunday, December 7, 2025
26.1 C
Bhubaneswar

ପରିବାରବାଦ ପ୍ରତିଭାକୁ ଦମନ କରେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ମନ କି ବାତ୍‌ର ୧୧୩ତମ ସଂସ୍କରଣରେ ମୋଦୀ ଅନ୍ତରୀକ୍ଷ ବୈଜ୍ଞାନିକଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କ କଥା କହିଛନ୍ତି। ଅଗଷ୍ଟ ୨୩ ତାରିଖରେ ଦେଶ ପ୍ରଥମ ମହାକାଶ ଦିବସ ମହାକାଶ ଦିବସ ପାଳନ କରିବା ଅବସରରେ ମୋଦୀ ଚନ୍ଦ୍ରଯାନ-୩ ର ସଫଳତା ସମ୍ପର୍କରେ କହିଛନ୍ତି। ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଆଜି ଦେଶବ୍ୟାପୀ କେନ୍ଦ୍ରମନ୍ତ୍ରୀ, ସାଂସଦ, ନେତା ଓ ବୁଦ୍ଧିଜୀବୀ ମାନେ ଶୁଣିଥିଲେ। ତେବେ ଆଜିର ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଅନ୍ତରୀକ୍ଷ କ୍ଷେତ୍ରରେ ସଂସ୍କାର ଦ୍ଵାରା ଯୁବକଙ୍କୁ ଫାଇଦା ମିଳିଛି। ଏହାଦ୍ଵାରା ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେଉଛି। ବର୍ତ୍ତମାନର ଯୁବକ ମାନେ ରାଜନୀତିକୁ ଆସିବାକୁ ଆଗ୍ରହୀ ଅଛନ୍ତି। କେବଳ ସେମାନଙ୍କୁ ସଠିକ୍  ମାର୍ଗଦର୍ଶନର ଆବଶ୍ୟକତା ରହିଛି। ପରିବାରବାଦ ରାଜନୀତି ଏଭଳି ପ୍ରତିଭାକୁ ଦମନ କରିଥାଏ। ରାଜନୀତି ପୃଷ୍ଠଭୂମି ନଥିବା ଯୁବକମାନେ ରାଜନୀତିକୁ ଆସନ୍ତୁ । ହର ଘର ତ୍ରିରଙ୍ଗା ଅଭିଯାନ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories