ମା’ ଲିମସରିଏନ ଯୁବକ ସଚେତନ ସଂଘ ପକ୍ଷରୁ ରକ୍ତଦାନ ଶିବିର
ସମ୍ବଲପୁର : ଗ୍ରୀଷ୍ମର ପ୍ରବାହ ଓ ସମ୍ବଲପୁରରେ ଦୀର୍ଘ ଦିନର ଅଶାନ୍ତ ବାତାବରଣ ଯୋଗୁଁ ଏବେ ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ଏହି ସମସ୍ୟାକୁ ଧ୍ୟାନରେ ରଖି ମା ଲିମସରିଏନ ଯୁବକ ସଚେତନ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର ଠାରେ ଆୟୋଜିତ ଏହି ଶିବିରରେ ସମୁଦାୟ ୧୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ରୂପେ ଆଦିତ୍ୟ ପ୍ରସାଦ ପାଢ଼ୀ ଉଦଘାଟନ କରିଥିବା ବେଳେ ରକ୍ତଦାତା ମାନଙ୍କୁ ମାନପତ୍ର ଦିଆଯାଇ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲା ରକ୍ତ ଭଣ୍ଡରର ଅଧିକାରୀ ଡା. କଳ୍ପେଶ କକ୍କଡ ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ । ଶିବିର ଆୟୋଜନ ଓ ପରିଚାଳନାରେ ଅମିତ ସ୍ୱାଇଁ, ଭବାନୀ ମିଶ୍ର, ଅସିମ ପତି, ବିଶ୍ୱଜିତ ଦାସ, ସମୀର ସାହୁ, ବିଭୂତି ବେହେରା, ପ୍ରାଣ ମିଶ୍ର, ପ୍ରଦୀପ ଭୋଇ, ରଘୁନାଥ ସ୍ୱାଇଁ, ବାବଲୁ ବେହେରା, କୈଳାଶ ମେହେର, ଅବିନାଶ ପାଣିଗ୍ରାହୀ, ଅଂଶୁମାନ ପଟ୍ଟନାୟକ, କାହ୍ନୁ ଅହୀର, ଲକି ସାହୁଙ୍କ ସମେତ ସଂଘର ସମସ୍ତ ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ।
Comments are closed.