www.samajalive.in
Monday, December 15, 2025
24.1 C
Bhubaneswar

ଜାଣନ୍ତି କି ଏହି ସମୟରେ ଘରକୁ ଆସନ୍ତି ମା’ଲକ୍ଷ୍ମୀ.. ସେହି ସମୟରେ କେଉଁ କାର୍ଯ୍ୟ ବର୍ଜନୀୟ..

ମା’ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ମାନ୍ୟତା ଅନୁଯାୟୀ, ମା’ଲକ୍ଷ୍ମୀଙ୍କ କୃପା ରହିଥିଲେ ଆଦୌ ଧନର ଅଭାବ ହୋଇନଥାଏ। ମା’ଲକ୍ଷ୍ମୀଙ୍କ ଆରାଧନା କରିବା ଦ୍ୱାରା ଧନସମ୍ପତ୍ତି ପ୍ରାପ୍ତି ହୋଇଥାଏ। ତେବେ ଜାଣନ୍ତୁ କେଉଁ ସମୟରେ ମା’ ଘରକୁ ପ୍ରବେଶ କରିଥାଆନ୍ତି। ଏହି ସମୟରେ କେଉଁ କାର୍ଯ୍ୟ କରିବା ଉଚିତ୍‌‌ ଓ ଅନୁଚିତ୍‌‌ ଜାଣନ୍ତୁ। ନଚେତ୍‌‌ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ଧାର୍ମିକ ମାନ୍ୟତା ଅନୁଯାୟୀ, ସନ୍ଧ୍ୟା ସମୟରେ ଘରକୁ ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ତେବେ ସେହି ସମୟରେ ଏଭଳି କିଛି କାର୍ଯ୍ୟ ରହିଛି, ଯାହା କରିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି।

- Advertisement -

ଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମା’ଲକ୍ଷ୍ମୀ ପ୍ରତ୍ୟେକ ଘରକୁ ଭ୍ରମଣ କରିଥାଆନ୍ତି। ସନ୍ଧ୍ୟା ଠାରୁ ଏହି ସମୟ ମଧ୍ୟରେ ମା’ଲକ୍ଷ୍ମୀଙ୍କ ଆଗମନର ସମୟ। ତେଣୁ ମା’ଲକ୍ଷ୍ମୀଙ୍କ ଆଗମନ ସମୟରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ଜାଣନ୍ତୁ..

ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ବିଶେଷ ଘରର ମୁଖ୍ୟ ଦ୍ୱାରକୁ ଅପରିଷ୍କାର ରଖି ଥାଆନ୍ତି, ସେଠାରେ ମା’ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ। ସେହି ଘରକୁ ପ୍ରବେଶ ମଧ୍ୟ କରନ୍ତି ନାହିଁ। ମା’ଙ୍କୁ ସ୍ୱଚ୍ଛତା ଖୁବ୍‌‌ ପ୍ରିୟ। ତେଣୁ ସଫାସୁତୁରା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଯେଉଁମାନେ ସୂର୍ଯ୍ୟୋଦୟ ପରେ ମଧ୍ୟ ଶେଯ ତ୍ୟାଗ କରନ୍ତି ନାହିଁ, ସେହି ଘରେ ମା’ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ। ଆର୍ଥିକ ସମସ୍ୟାର ମଧ୍ୟ ସର୍ବଦା ସାମ୍ନା କରିବାକୁ ପଡିଥାଏ।

ଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟା ସମୟରେ ଓ ସନ୍ଧ୍ୟା ପରେ ତୁଳସୀଙ୍କୁ ସ୍ପର୍ଶ କରନ୍ତୁ ନାହିଁ। ଏହାଦ୍ୱାରା ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡିଥାଏ। ସୂର୍ଯ୍ୟାସ୍ତ ପରେ କଦାପି ଘରେ ଝାଡୁ ମାରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରୁ ସକରାତ୍ମକ ଶକ୍ତି ଦୂର ହୋଇଯାଏ। ସୂର୍ଯ୍ୟାସ୍ତ ସମୟରେ ଓ ପରେ ଘରର ଚଉକାଠ ଉପରେ ବସିବା ଶୁଭଙ୍କର ନୁହେଁ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories