www.samajalive.in
Sunday, December 7, 2025
26.1 C
Bhubaneswar

ଆଉ କାମ କରୁନି ପେଟିଏମ୍ ଫାଷ୍ଟ୍ୟାଗ୍, ଏମିତି ଆକାଉଣ୍ଟକୁ କରନ୍ତୁ ବନ୍ଦ

ନୂଆଦିଲ୍ଲୀ : ଯଦି ଆପଣଙ୍କ ଗାଡିରେ ପେଟିଏମ୍ ଫାଷ୍ଟ୍ୟାଗ୍ ଲାଗିଛି ତେବେ ଆପଣଙ୍କ ପାଇଁ ଖରାପ ଖବର । ଏବେ ପେଟିଏମ୍ ଫାଷ୍ଟ୍ୟାଗ୍ ଆକାଉଣ୍ଟ ଆଉଟ୍ ଅଫ୍ ସର୍ଭିସ୍ ହୋଇଯାଇଛି । ଏଣିକି ଉପଭୋକ୍ତା ନିଜ ଆକାଉଣ୍ଟରେ ରିଚାର୍ଜ କରିପାରିବେନି । ନ୍ୟାସନାଲ୍ ହାଇଓ୍ବେ ଅଥୋରିଟି ଅଫ୍ ଇଣ୍ଡିଆ(ଏନଏଚଏଆଇ) ଚଳିତ ସପ୍ତାହରେ ଉପଭୋକ୍ତାଙ୍କୁ ନୋଟିସ୍ ପଠାଇ ନୂଆ ଫାଷ୍ଟ୍ୟାଗ ଲଗାଇବା ପାଇଁ କହିଥିଲା ଏବଂ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଦେଇଥିଲା ।

କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ୧୫ ମାର୍ଚ୍ଚ ପରେ ପେଟିଏମ୍ ଫାଷ୍ଟ୍ୟାଗ୍ ଆକାଉଣ୍ଟରେ କୌଣସି ରାଶି ଟପ୍ ଅପ୍ କରାଯାଇପାରିବନି  ବୋଲି ସୂଚନା ଦେଇଥିଲା । ଏନଏଚଏଆଇ ପ୍ରାୟ ୪୦ ଅନ୍ୟ ବ୍ୟାଙ୍କ ଏବଂ ଫିନଟେକ୍ କମ୍ପାନୀଙ୍କ ତାଲିକା ମଧ୍ୟ ଜାରି କରିଥିଲା ଏବଂ କେବଳ ଏହି ମାନଙ୍କଠାରୁ ହିଁ ଫଷ୍ଟ୍ୟାଗ୍ କିଣିବାକୁ ପରାମର୍ଶ ଦେଇଥିଲା ।

- Advertisement -

ତେବେ ଯଦି ଆପଣ ପେଟିଏମ୍ ଫାଷ୍ଟ୍ୟାଗ୍ ଆକାଉଣ୍ଟ ବନ୍ଦ କରିନାହାଁନ୍ତି ତେବେ ଟୋଲ୍ ଫ୍ରି ନମ୍ବର ୧୮୦୦୧୨୦୪୨୧୦ରେ କଲ୍ କରି ବନ୍ଦ କରିପାରିବେ । କିମ୍ବା ପେଟିଏମ୍ ଆପକୁ ଯାଇ ମଧ୍ୟ ଆକାଉଣ୍ଟ ଡିଆକ୍ଟିଭେଟ୍ କରିପାରିବେ । ଆପଣ ଫୋନରେ ପେଟିଏମ୍ ଆପ୍ ଦ୍ବାରା ମଧ୍ୟ ଏହାକୁ ବନ୍ଦ କରିପାରିବେ । ଏଥିପାଇଁ ଆପ୍ ଖୋଲି ସେଥିରେ ପ୍ରୋଫାଇଲ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ହେଲ୍ପ ଆଣ୍ଡ୍ ସପୋର୍ଟ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣଙ୍କୁ ବ୍ୟାଙ୍କିଂ ସେବା ଏବଂ ପେମେଣ୍ଟ୍ସ ବିକଳ୍ପ ନଜର ଆସିବ । ଏଠାକୁ ଯାଇ ଫାଷ୍ଟ୍ୟାଗର ଚୟନ କରିବାକୁ ହେବ । ଶେଷରେ ଚାଟ୍ ଓ୍ବିଥ୍ ଅସ୍ ଉପରେ ଟ୍ୟାପ୍ କରି ଡିଆକ୍ଟିଭେଟ୍ କରିବା ପାଇଁ ଆବେଦନ କରିବାକୁ ହେବ । ଏହା ପରେ ଫାଷ୍ଟ୍ୟାଗ୍ ଆକାଉଣ୍ଟ ବନ୍ଦ ହୋଇଯିବ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories