www.samajalive.in
Monday, December 8, 2025
14.1 C
Bhubaneswar

ଜୀବନ ରକ୍ଷକ ମା’ କାଳୀ

କଳି ଯୁଗରେ ପ୍ରଭୁ ହନୁମାନ, ଦୁର୍ଗା, ଭୈରବ, ଶନିଦେବ ପ୍ରତ୍ୟକ୍ଷ ଦେବାଦେବୀ ରୂପେ ପୂଜା ପାଇଥାନ୍ତି। ଭଗବାନ ଶିବଙ୍କର ପ୍ରଥମ ପତ୍ନୀ ଦକ୍ଷ କନ୍ୟା ସତୀ ଥିଲେ। ହିମାଳୟ ପୁତ୍ରୀ ପାର୍ବତୀ କଠୋର ତପସ୍ୟା ପରେ ଭଗବାନ ଶିବଙ୍କର ଦ୍ବିତୀୟ ପତ୍ନୀ ହୋଇଥିଲେ। ମା’ କାଳୀ ପାର୍ବତୀଙ୍କ ଏକ ସ୍ବରୂପ ଅଟନ୍ତି। ମା’ କାଳୀଙ୍କ ଉପାସନା କରିବା ଦ୍ବାରା ଜୀବନରେ ସୁଖ, ଶାନ୍ତି, ଶକ୍ତି ଓ ବିଦ୍ୟା ପ୍ରାପ୍ତି ହୋଇଥାଏ। କିନ୍ତୁ ମା’ କାଳୀଙ୍କ ଉପାସନାରେ କିଛି ତ୍ରୁଟି ରହିଗଲେ ବିପରୀତ ଫଳ ପ୍ରାପ୍ତି ହୋଇଥାଏ।

ମା’ କାଳୀଙ୍କୁ ଭିନ୍ନ ଭିନ୍ନ ସ୍ବରୂପରେ ପୂଜା କରାଯାଇଥାଏ। ମା’ କାଳୀଙ୍କୁ ଦକ୍ଷିଣ କାଳୀ, ଶ୍ୟାମା କାଳୀ, ସିଦ୍ଧ କାଳୀ, ଭଦ୍ର କାଳୀ ଶ୍ମଶାନ କାଳୀ, ମାତୃ କାଳୀ ଓ ମହାକାଳୀ କୁହାଯାଇଥାଏ।

- Advertisement -

ଜୀବନ ରକ୍ଷକ ମା’ କାଳୀ :

ମା’ କାଳୀଙ୍କୁ ପୂଜା କରିବା ଦ୍ବାରା ଭକ୍ତ ନିର୍ଭୀକ ଓ ସୁଖୀ ହୋଇଥାନ୍ତି।

ମା’ ଙ୍କୁ ପୂଜା କରୁଥିବା ଭକ୍ତମାନଙ୍କୁ ସେ ସମସ୍ତ ପ୍ରକାର ଅସୁବିଧାରୁ ରକ୍ଷା କରି ଥାଆନ୍ତି।

ବିଭିନ୍ନ ଅସାଧ୍ୟ ରୋଗରେ ପିଡୀତ ଥିଲେ ମା’ କାଳୀଙ୍କୁ ପୂଜା କରିବା ଦ୍ବାରା ମୁକ୍ତି ମିଳିଥାଏ।

ମା’ କାଳୀଙ୍କ ସାଧନା/ ପୂଜା କରୁଥିବା ବ୍ୟକ୍ତିଙ୍କ ଉପରେ ତନ୍ତ୍ର ଶକ୍ତିର କୌଣସି ପ୍ରଭାବ ପଡି ନଥାଏ।

ଖରାପ ଶକ୍ତି ଠାରୁ ମଧ୍ୟ ମା’ ରକ୍ଷା କରିଥାନ୍ତି।

ଋଣଭାରରୁ ମୁକ୍ତି ଦେଇଥାନ୍ତି।

ବ୍ୟବସାୟ କ୍ଷେତ୍ରରେ ଅସୁବିଧା ହେଉଥିଲେ ମା’ଙ୍କୁ ପୂଜା କରିବା ଦ୍ବାରା ତାହା ଦୂର ହୋଇଥାଏ।

ଜୀବନ ସାଥି କିମ୍ବା ସାଙ୍ଗମାନଙ୍କ ସମ୍ପର୍କରେ ବାଧା ସୃଷ୍ଟି ହେଉଥିଲେ ମା’ କାଳୀଙ୍କୁ ପୂଜା କରିବା ଉଚିତ।

ବ୍ୟବସାୟରେ ଲାଭ, ଶିକ୍ଷାରେ ସଫଳତା ଲାଭ ହୋଇଥାଏ।

ଶନି-ରାହୁଙ୍କ ମହାଦଶାରୁ ରକ୍ଷା କରିଥାଆନ୍ତି।

ମା’ କାଳୀଙ୍କୁ ପୂଜା କରିବା ଦ୍ବାରା ପିତୃଦୋଷ ଓ କାଳସର୍ପ ଦୋଷ ଦୂର ହୋଇଥାଏ।

ଆଲେଖ୍ୟ : – ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories