www.samajalive.in
Sunday, December 7, 2025
23.1 C
Bhubaneswar

ମହୁମାଛି ଆକ୍ରମଣରେ ଶିଶୁ ମୃତ

ମ,ରାମପୁର : କଳାହାଣ୍ଡି ଜିଲ୍ଲା ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ତରଲଙ୍ଗି ଗ୍ରାମର କିଛି ଛୋଟ ଶିଶୁ ଖେଳୁ ଥିବା ସମୟରେ ଜଣଙ୍କ ଘର ଉପରେ ମହୁ ଗୁଡା ଥିବା ଦେଖିବାକୁ ପାଇଥିଲେ। ପରେ ଏହା ଦେଖି ଶିଶୁ ମାନେ ତାହା ଉପରକୁ ଢେଲା ମାଡ କରିଥିଲେ।ଫଳରେ ମହୁ ମାଛି ମାନେ ଇତସ୍ତତଃ ହୋଇ ଆତଙ୍କ ସୃଷ୍ଟି କରିଥିବା ବେଳେ ସେଠାରୁ ବଡ଼ ବଡ଼ ଶିଶୁ ଦୌଡି ପଳାଇଥିଲେ। ହେଲେ ୧ ବର୍ଷର ଶିଶୁ କନ୍ୟା ଯାଇପାରିଲା ନାହିଁ। ଫଳରେ ତାକୁ ମହୁମାଛି ଆକ୍ରମଣ କରିଥିଲା। ପରେ ଘଟଣା ସମ୍ପର୍କରେ ପରିବାର ଲୋକ ଜାଣି ପାରି ଏମ୍ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା। ପରେ ନିଜ ଗ୍ରାମ ତରଲଙ୍ଗି ଗାଁକୁ ମୃତ ଶିଶୁକୁ ନେଲାପରେ ଗାଁରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories