www.samajalive.in
Sunday, December 7, 2025
23.1 C
Bhubaneswar

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ ମୃତ, ପୁଅ ଆହତ : ଜଣେ ଗୁରୁତର

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ କେନ୍ଦୁ ବନ୍ଧ ଛକ ଠାରେ ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ବାପାଙ୍କ ମୃତ୍ୟୁ ହେଇଥିବା ବେଳେ ପୁଅ ଆହତ ଓ ଆଉ ଜଣେ ଗୁରୁତର ହେଇଥିବା ଜଣାପଡ଼ିଛି ।
ପ୍ରାପ୍ତ ସୂଚନା ମୁତାବକ ଆଜି ସକାଳୁ ମ.ରାମପୁର ଦେଇ ଯାଇଥିବା ରାୟପୁର – ଗୋପାଳପୁର ଜାତୀୟ ରାଜପଥ (୫୯)ର କେନ୍ଦୁ ବନ୍ଧ ଛକ ଠାରେ ମ.ରାମପୁର ପଟରୁ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଟିକ୍ରା ପଡ଼ା ପଞ୍ଚାୟତ ଅନ୍ତର୍ଗତ ଜେଠୁ ପାଲି ଗ୍ରାମର ଯଉବନ ତାଣ୍ଡି (୫୦), ଯଉବନଙ୍କ ପୁତ୍ର ରାଜୀବ ତାଣ୍ଡି, ଓ ଭାଗିରଥି ଜାଲ ନିଜ ଗାଁ ଅଭିମୁଖେ ଗୋଟିଏ ବାଇକରେ ତିନି ଜଣ ଯାଉଥିଲେ।
ବିପରୀତ ଦିଗରୁ କର୍ଲାମୁଣ୍ଡା ବ୍ଲକର ସାପ ଲହରା ଗ୍ରାମ ପଞ୍ଚାୟତର କଣ୍ଡରେଇ ଗ୍ରାମର ପରମାନନ୍ଦ ଭୋଇ ଓ ନରେଶ ଚନ୍ଦନ (୨୭) ମଧ୍ୟ ବାଇକ୍ ଯୋଗେ ମ.ରାମପୁରକୁ ଡିଜେଲ ନେବାକୁ ଆସୁଥିବା ବେଳେ ସାମ୍ନାସାମ୍ନୀ ଉଭୟ ବାଇକ ମଧ୍ୟରେ ଧକ୍କା ହେଇଥିଲା। ସଙ୍ଗେ ସଙ୍ଗେ ଲୋକ ସେମାନଙ୍କୁ ଉଦ୍ଧାର କରି ମ.ରାମପୁର ଡାକ୍ତରଖାନା ଆଣି ଭର୍ତ୍ତି କରିଥିଲେ। ତେବେ ଘଟଣାସ୍ଥଳ ରେ ହିଁ ନୂଆ ପଡା ଜିଲ୍ଲାର ଯେଠୁ ପାଲି ଗ୍ରାମର ରାଜୀବଙ୍କ ବାପା ଯଉବନଙ୍କ ମୃତ୍ୟୁ ହେଇଥିବା ବେଳେ ପୁତ୍ର ଆହତ ଓ ଅନ୍ୟ ଜଣେ ଗୁରୁତର ଆହତ ପରମାନନ୍ଦ ଭୋଇଙ୍କୁ ପ୍ରଥମେ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣି ଏଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତ ମାନଙ୍କୁ ମ .ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଥିବା ବେଳେ ମୃତକ ଙ୍କ ଗାଆଁକୁ ଖବର ଦିଆଯାଇଛି। ଶବ ବ୍ୟବଚ୍ଛେଦ ପରେ ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। । ମ.ରାମପୁର ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories