www.samajalive.in
Monday, December 15, 2025
24.1 C
Bhubaneswar

ସିରିଜ ଡକାୟତି ଘଟଣାରେ ଜଣେ ଗିରଫ – ବାଇକ୍, ଟଙ୍କା,ପର୍ସ, ଛୁରୀ, ମୋବାଇଲ ଜବତ

ମ.ରାମପୁର-କେତେବେଳେ ବାଇକ୍ ରେ ଟଙ୍କା ନେଇ ଯାଉଥିବା ଲୋକଙ୍କୁ ତ କେତେବେଳେ ରାଜପଥରେ ଟ୍ରକ କୁ ଅଟକାଇ ବନ୍ଧୁକ ମୁନରେ ଟଙ୍କା ଲୁଟ୍ , ଦେଶୀ ମଦ ଭାଟିରେ ସିରିଜ ଟଙ୍କା ଲୁଟ୍ ଅଭିଯୋଗ ରେ ଏକ ଡକାୟତି ଗ୍ୟାଙ୍ଗର ଜଣକୁ ମ.ରାମପୁର ଥାନା ପୁଲିସ ଗିରଫ କରିଛି । ଗତ କିଛି ଦିନ ତଳେ ମ.ରାମପୁର ନିକଟସ୍ଥ ରାମୁଡ ଜଙ୍ଗଲ ରାସ୍ତାରେ ବାଇକ୍ରେ ଟଙ୍କା ନେଇ ଯାଉଥିବା ଗ୍ରାହକ ସେବାକେନ୍ଦ୍ରର ମାଲିକ ଙ୍କ ଠାରୁ ଦିନ ଦ୍ୱିପହରରେ ୬ଲକ୍ଷ୩୦ହଜାର ଟଙ୍କା ଲୁଟ୍ ହୋଇଥିଲା ।

ଗୋଟିଏ ଦିନରେ ବିଳମ୍ବିତ ରାତିରେ ମୋହନଗିରି ଦେଶୀ ମଦ ଭାଟି ଓ ନର୍ଲା ର ଏକ ମଦ ଭାଟିରେରୁ ଟଙ୍କା ଲୁଟ୍, ସେହିଦିନ ରାତିରେ ମ.ରାମପୁର ନିକଟସ୍ଥ ରାମୁଡ ଜଙ୍ଗଲ ରେ ଏକ କୋଇଲା ବୋଝେଇ ଟ୍ରକ ଚାଳକକୁ ବନ୍ଧୁକ ଓ ଛୁରୀ ଦେଖାଇ ୩୦ହଜାର ଟଙ୍କା ଲୁଟ୍ ଓ ସେହି ରାସ୍ତା ଦେଇ ରାଇଘରରୁ ପୁରୀ କୁ ରଥଯାତ୍ରା ଦେଖିବାକୁ ଯାଉଥିବା ଏକ କାର ଅଟକାଇ ଟଙ୍କା ଲୁଟ୍ ଘଟଣାରେ ଏକ ଡକାୟତି ଗ୍ୟାଙ୍ଗର ଜଣକୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଆନାଗୁଳ ଗାଁରୁ ପୁଲିସ ଗିରଫ କରିଛି । ସୁନୀଲ ନାମକ ଏହି ଅଭିଯୁକ୍ତ ପାଖରୁ ଏକ ହୋଣ୍ଡା ସାଇନ ବାଇକ୍ ,ନଗଦ ୨୪ହଜାର୭ଶହ୧୦ଟଙ୍କା, ପର୍ସ,୨ଗୋଟି ଛୁରୀ ,ମୋବାଇଲ ପୁଲିସ ଜବତ କରିଛି । ଅଭିଯୁକ୍ତର ଘର ବଲାଙ୍ଗୀର ଜିଲ୍ଲାର ସଇଁତଳା ଥାନା ଅନ୍ତର୍ଗତ ର ବିରାଟକାନୀ ଗାଁ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ କେସିଙ୍ଗା ଏସଡିପିଓ ଅଭିନବ ଶଙ୍କର ସୂଚନା ଦେଇଛନ୍ତି । ତା ସହିତ ଅଞ୍ଚଳରେ ହେଉଥିବା ଡକାୟତି କୁ ଦୃଷ୍ଟିରେ ରଖି ପୋଲିସ ପାଟ୍ରୋଲିଂ କୁ କଡାକଡି କରାଯିବ ବୋଲି ସେ କହିଛନ୍ତି । ତେବେ ଏହି ସବୁ ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୁଲିସ। ଏହି ସାମ୍ବାଦିକ ସମ୍ମିଳନୀରେ ମ.ରାମପୁର ଥାନା ଅଧୀକାରୀ ସଚିନ୍ଦ୍ର ପଧାନ,ଏସଆଇ ଜୟଦେବ ତାରିଣୀ,ଏସଆଇ ସିରାଜ ପାଢୀ,ସୁନୀତା ସେଠୀ ଉପସ୍ଥିତ ଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories