www.samajalive.in
Monday, December 15, 2025
17.1 C
Bhubaneswar

ଗାନ୍ଧୀ ଗୋପବନ୍ଧୁଙ୍କ ପାଇଁ ପଇସା ନାହିଁ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟର ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟର ସ୍ଵତନ୍ତ୍ର ଗାରିମା ରହିଛି। ଆଦିବାସୀ ଅଧ୍ୟୁଷିତ ଏହି ବ୍ଲକ ଅଞ୍ଚଳରେ ଶିକ୍ଷାର ଆଲୋକ ବର୍ତ୍ତିକା ପାଲଟିଥିବା ଏହି ସରକାରୀ ଉଚ୍ଚ ବିଦ୍ୟାଳୟଟି ସର୍ବଦା ସରକାରୀ ଅବହେଳାର ଶିକାର ହୋଇଆସିଛି। ବିଦ୍ୟାଳୟଟି ସମ୍ପର୍କରେ ଖବର ପ୍ରକାଶନ ପରେ ଏହାକୁ ୫-ଟିରେ ସାମିଲ କରାଗଲା ସତ ଏଠାରେ ୫-ଟିର ମୂଳ ଲକ୍ଷ ସାଧିତ ହୋଇନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମାନେ ଅସନ୍ତୁଷ୍ଟ ଅଛନ୍ତି। ଆଶ୍ଚର୍ଯ୍ୟର କଥା ଏହି ଯେ ବିଦ୍ୟାଳୟର ପ୍ରବେଶ ପଥ ତଥା ମଧ୍ୟଭାଗରେ ଅତୀତରେ କିଛି ଦେଶପ୍ରେମୀଙ୍କ ଉଦ୍ୟମରେ ଏଠାରେ ଜାତିର ପିତା ମହାତ୍ମାଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସହ ଅଶୋକସ୍ତମ୍ଭ ସ୍ଥାପିତ ହୋଇଥିଲା। ଏହା ବିଦ୍ୟାଳୟର ଗାରିମା ବୃଦ୍ଧି କରୁଥିଲା।

ମାସ ମାସ ଧରି ଏହି ବିଦ୍ୟାଳୟର ୫-ଟି ଉନ୍ନତିକରଣ ବା ରୂପାନ୍ତରିକରଣ ସମୟରେ କେବଳ ଫୁଲ ଗଛ ଲଗାଇବା ପାଇଁ ଗାନ୍ଧୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ଦିଆଗଲା। ଏ ସମ୍ପର୍କରେ କୁହାଗଲା ଯେ ଏହାକୁ ଉଦଘାଟନ ପୂର୍ବରୁ ସ୍ଥାପନ ହୋଇଯିବ। ଇତି ମଧ୍ୟରେ ଜୁନ ୪ରୁ ଉଦଘାଟନ ପର୍ବ ମଧ୍ୟ ଧୁମଧାମରେ ସରିଗଲାଣି। ଏବେ ମଧ୍ୟ ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇନାହିଁ। ଏ ସମ୍ପର୍କରେ ତଦନ୍ତ କରାଯିବା ପରେ କୁଆଡେ ଠିକାଦାରଙ୍କ ବିଲ ପାସ ହୋଇନଥିବାରୁ ଠିକାଦାର ଏହି କାମକୁ ପକାଇ ରଖିଛନ୍ତି। ନଗଦ ଅର୍ଥରେ ଏଠାରେ ବହୁବିଧ ଉପଯୋଗୀ ମଣ୍ଡପ, ସାଇକେଲ ଷ୍ଟାଣ୍ଡ ନିର୍ମାଣ ଓ ରଙ୍ଗୀନ ଇଟା ପକାଯାଇ ଫୁଲଗଛ ଲଗାଇବା ବ୍ୟବସ୍ଥା ପାଇଁ ଅର୍ଥ ଥିବା ବେଳେ ଗାନ୍ଧୀ ଗୋପବନ୍ଧୁଙ୍କ ବେଳକୁ ପଇସା ନାହିଁ କହି ଆବକ୍ଷ ପ୍ରତିମୂର୍ତ୍ତିକୁ କୋଠରୀରେ ପକାଇ ରଖାଯିବ କେତେଦୂର ଯୁକ୍ତିଯୁକ୍ତ ଏ ନେଇ ଭିନ୍ନ ଚର୍ଚ୍ଚା ହେଉଛି। ଏ ନେଇ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁଙ୍କୁ ଯୋଗାଯୋଗ କରାଯିବା ପରେ ସମୟ ଦେଖି ଏହି କାମ ଶୀଘ୍ର କରାଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories