www.samajalive.in
Sunday, December 7, 2025
26.1 C
Bhubaneswar

ଭାରତ ଫେରିଲେ ଆକବର

ନୂଆଦିଲ୍ଳୀ: ‘ମି ଠୁ’  ଅଭିଯୁକ୍ତ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ ଜେ ଆକବର ନାଇଜେରିଆରୁ ଭାରତ ଫେରିଛନ୍ତି। ରବିବାର ସକାଳୁ ନୂଆଦିଲ୍ଳୀରେ ପହଞ୍ଚିବା ପରେ ସାମ୍ବାଦିକମାନେ ତାଙ୍କୁ ଇସ୍ତଫା ବିଷୟରେ ପଚାରିଥିଲେ। ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ସେ ତାଙ୍କର ମତ ସ୍ପଷ୍ଟ କରିବେ ବୋଲି ଆକବର କହିଛନ୍ତି।
ଅପରପକ୍ଷରେ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଗମ୍ଭୀରତାର ସହିତ ନେଇଛନ୍ତି। ବିଜେପିର ଅନ୍ୟ ଏକ ମହଲର ଯୁକ୍ତି ଅନୁଯାୟୀ ଆକବରଙ୍କ ବିରୋଧରେ ଆସିଥିବା ଅଭିଯୋଗ ବହୁ ପୁରୁଣା। ସେ ମନ୍ତ୍ରୀ ଥିବା ବେଳେ କୌଣସି ଅଭିଯୋଗ ଆସିନାହିଁ। ତେଣୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ଉଚିତ ନୁହେଁ। ତେଣୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯିବ କି ନାହିଁ ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେବେ। ଆକବରଙ୍କ ବିରୋଧରେ ଏକାଧିକ ମହିଳା ସାମ୍ବାଦିକ ଅସଦାଚରଣ ଅଭିଯୋଗ ଆଣିଥିବା ବେଳେ ତାଙ୍କର ଇସ୍ତଫା ପାଇଁ ବିଭିନ୍ନ ମହଲରୁ ଚାପ ପଡ଼ୁଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories