www.samajalive.in
Saturday, December 6, 2025
19.1 C
Bhubaneswar

୬ ମାସ ପରେ ଖୋଲିଲା ବଦ୍ରିନାଥ ମନ୍ଦିର

ଡେରାଡୁନ: ଦୀର୍ଘ ୬ ମାସ ପରେ ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଅବସ୍ଥିତ ଦେଶର ଅନ୍ୟତମ ଧାମ ବଦ୍ରିନାଥ ମନ୍ଦିର ରବିବାର ଭକ୍ତଙ୍କ ନିମନ୍ତେ ଖୋଲାଯାଇଛି। ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ସେନା ବ୍ୟାଣ୍ଡ୍‌ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଧୁନ୍‌ ଏବଂ ଭକ୍ତଙ୍କ ‘ବଦ୍ରି ବିଶାଲ ଲାଲ କି ଜୟ’ ଧ୍ବନିରେ ସକାଳ ୬ଟା ସମୟରେ ବଦ୍ରିନାଥ ମନ୍ଦିରର ମୁଖ୍ୟ ଫାଟକ ଖୋଲାଯାଇଥିଲା।

ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯାଇଥିବାବେଳେ ପ୍ରଥମ ଦିନ ସହସ୍ରାଧିକ ଭକ୍ତ ଭଗବାନ ବିଷ୍ଣୁଙ୍କ ଦର୍ଶନ କରିଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଗତ ୧୦ରେ ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ କେଦାରନାଥ ମନ୍ଦିର ଖୋଲାଯାଇଛି। ସୂଚନାଯୋଗ୍ୟ ଉତ୍ତର ଭାରତରେ ପ୍ରବଳ ଶୀତ ଯୋଗୁଁ ପ୍ରତିବର୍ଷ ନଭେମ୍ବରରେ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିରକୁ ୬ ମାସ ବନ୍ଦ ରଖାଯାଇଥାଏ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories