ଅବାଧରେ ଚାଲିଛି ଚୋରା ମଦ କାରବାର, ଅବକାରୀ ବିଭାଗ ଚୁପ୍

ପଦ୍ମପୁର : ଏବେ ଚାରିଆଡ଼େ ନିର୍ବାଚନ ତାତି। ନେତା, କର୍ମୀ ସମସ୍ତେ ଭୋଟ୍ ପ୍ରଚାରରେ ମାତିଛନ୍ତି । ଏଭଳି ସମୟରେ ଗାଁ ଗାଁରେ ବେଆଇନ ମଦ କାରବାର ଜୋରସୋର୍‌ରେ ଚାଲିଥିବା ଅଭିଯୋଗ ହେଉଛି। ବିଭିନ୍ନ ଗ୍ରାମରେ ଦେଶୀ ବିଦେଶୀ ମଦ କାରବାର ଖୋଲାଖୋଲି ଭାବେ ଚାଲିଛି। ନିର୍ବାଚନ ସମୟରେ ଏହା ବନ୍ଦ ନହେଲେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଆଶଙ୍କା ରହିଛି ।

ଭୋପାଳ ବିମାନବନ୍ଦରକୁ ବୋମାରେ ଉଡାଇବାକୁ ଧମକ

ପଦ୍ମପୁର ଅଞ୍ଚଳର ରାସ୍ତା କଡର ବିଭିନ୍ନ ହୋଟେଲ, ଢ଼ାବା, ଫାଷ୍ଟ ଫୁଡ଼ ଦୋକାନ, ପାନ ଦୋକାନ ଗୁଡିକରେ ବେଆଇନ ମଦ ବେପାର କରୁଛନ୍ତି। ବିଭିନ୍ନ ସମୟରେ ଅବକାରୀ ବିଭାଗ ଓ ପୁଲିସ ଚଢ଼ଉ କରୁଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡୁ ନଥିବା ଲକ୍ଷ୍ୟ କରାଯାଇଛି। ଅବକାରୀ ବିଭାଗ କିମ୍ବା ପୁଲିସ ବିଭାଗ ଜବତ କରୁଥିବା ବିଦେଶୀ ମଦର ଯାଞ୍ଚ କଲେ କେଉଁ ମଦ ଦୋକାନ ଏହା ଯୋଗଉଛି ତାହା ଜଣା ପଡ଼ନ୍ତା।  କିନ୍ତୁ ତାହା ହେଉ ନଥିବାରୁ ମଦ ଯୋଗାଉଥିବା ଦୋକାନୀ ଖସିଯାଉଛନ୍ତି। ନିର୍ବାଚନ ସମୟରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ଦୃଷ୍ଟିରେ ରଖି ଅବକାରୀ ଓ ପୁଲିସ ବିଭାଗ ଏହି ସବୁ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି।

Comments are closed.