ଭୋପାଳ ବିମାନବନ୍ଦରକୁ ବୋମାରେ ଉଡାଇବାକୁ ଧମକ

ନୂଆଦିଲ୍ଲୀ : ଭୋପାଳ ସମେତ ଦେଶର ୧୨ ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ରବିବାର ବୋମା ଧମକ ଇମେଲରେ ମିଳିବା ପରେ ହଇଚଇ ସୃଷ୍ଟି ହୋଇଯାଇଛି । ସିଆଇଏସଏଫର ଅଫିସିଆଲ ଆଇଟି ଇମେଲ୍ ମିଳିବା ପରେ ସମସ୍ତ ଏଜେନ୍ସି ତରଫରୁ ସର୍ଚ୍ଚ ଅପରେସନ ଚଲାଯାଉଛି । ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଉଛି । ସେହିଭଳି ଦିଲ୍ଲୀର ୨ ହସ୍ପିଟାଲକୁ ମଧ୍ୟ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଇମେଲରୁ ମିଳିଥିବା ଧମକ ପରେ ଦିଲ୍ଲୀ ପୁଲିସ ଏବଂ ଫାୟର ସର୍ଭିସ୍ ଆଲର୍ଟ ଅଛନ୍ତି ।

ଭାରସାମ୍ୟ ହରାଇ ଓଲଟିଲା କାର, ୨ ମୃତ

ଇ-ମେଲରେ ଲେଖାଯାଇଛି କି ଏହାକୁ ଖାଲି ଧମକ ବୋଲି ଭାବିବନି । କୋଠାରେ ବୋମା ଲଗାସରିଛି । ଧମକ ଭରା ମେଲରେ ଲେଖାଯାଇଛି କି ଜୟପୁର, ଦିଲ୍ଲୀ, ଅହମଦାବାଦ, ଜମ୍ମୁ, ଲକ୍ଷ୍ନୌ, ପାଟଣା, ଅଗରତଲା, ଭୋପାଳ ବିମାନବନ୍ଦରର କୋଠାରେ ବୋମା ଲଗାଇ ଦିଆଯାଇଛି ଯାହା କିଛି ଘଣ୍ଟାରେ ବିସ୍ଫୋରଣ ହେବ । ଏହି ଧମକ ଆସିବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed.