www.samajalive.in
Monday, December 8, 2025
27.1 C
Bhubaneswar

ଶେଷରେ ଇସ୍ତଫା ଦେଲେ ଏମ୍‍.ଜେ ଆକବର

ନୂଆଦିଲ୍ଲୀ : କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏମ୍‍.ଜେ ଆକବର ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ‘# ମି ଠୁ’ ଅଭିଯାନରେ ପ୍ରାୟ ୧୫ ଜଣ ମହିଳାଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ଆସିବା ପରେ ବୁଧବାର ସେ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ପୂର୍ବରୁ ଗତ ରବିବାର ଦିନ ସେ ଇସ୍ତଫା ଦେବା ନେଇ ଗୁଜବ ପ୍ରଚାର ହୋଇଥିଲା।
ଅନ୍ୟ ପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗକୁ ନିରାଧାର ଓ ଭିତ୍ତିହୀନ ବୋଲି ସେ କହିଛନ୍ତି।
‘ମି ଠୁ’ ଅଭିଯାନ ଓ ତାଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗର ସମୟକୁ ନେଇ ସେ ପ୍ରଶ୍ନ କରିଛନ୍ତି।  ଆକବର କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମନଗଢା ଓ ସମ୍ପୂର୍ଣ୍ଣ ମିଥ୍ୟା। ତେବେ ଏହି ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ପ୍ରଥମରୁ ଆକବର ଇସ୍ତଫା ଦେବାକୁ ମନାକରିଥିଲେ। ତେବେ ଅଭିଯୋଗକାରିଣୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏବଂ ରାଜନୈତିକ  ଚାପ ଯୋଗୁ ଶେଷରେ ସେ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି ।
ଅନ୍ୟ ପକ୍ଷରେ ସେ  ଅଭିଯୋଗକାରିଣୀ ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ  ମାନହାନି ମକଦ୍ଦମା ଦାୟର କରିଛନ୍ତି। ରମଣୀ ଦୁର୍ଭାବନାପୂର୍ଣ୍ଣ ମନୋବୃତ୍ତି ନେଇ ଜାଣିଶୁଣି ତାଙ୍କ ପ୍ରତିଷ୍ଠାରେ ଆଞ୍ଚ ଆଣିବା ଲାଗି ଏଭଳି ଅଭିଯୋଗ ଆଣିଥିବା ଆକବର ଦର୍ଶାଇଛନ୍ତି। ଯୌନଶୋଷଣ ବିରୋଧରେ ସ୍ୱର ଉଠାଇବା ନେଇ ମହିଳାଙ୍କୁ ସାହସ ପ୍ରଦାନ କରିଥିବା ‘# ମି ଠୁ’ ଅଭିଯାନ କ୍ରମେ ରମଣୀ ପୂର୍ବତନ ସମ୍ପାଦକ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଗାମୀ ଲୋକସଭା ନିର୍ବାଚନରେ ଦଳର ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିବାର ଆଶଙ୍କାକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି।  ସେ କହିଛନ୍ତି ଯେ ପ୍ରିୟା ରମାନି ବର୍ଷେ ପୂର୍ବେ ଏକ ପତ୍ରିକାରେ ସ୍ତମ୍ଭ ଲେଖି ‘ମି ଠୁ’ ଅଭିଯାନର ଆରମ୍ଭ କରିଥିଲେ। ସେତେବେଳେ ସେ ତାଙ୍କ ନାମ ନେଇନଥିଲେ। କାରଣ ଏଭଳି କୌଣସି କାହାଣୀ ହିଁ ନାହିଁ।
ଉଲ୍ଲେଖ ଯୋଗ୍ୟ ଯେ, ମନ୍ତ୍ରୀ ଏମ୍‍.ଜେ ଆକବରଙ୍କ ବିରୋଧରେ ସାମ୍ବାଦିକା ପ୍ରିୟା ରମାନିଙ୍କ ସମେତ ଶୁତାପା ପଲ, ଶୁମା ରାହା, ଅଞ୍ଜୁ ଭାରତୀ ଏବଂ ଗଜାଲା ୱାହାବ ନାମକ ମହିଳା ‘ମି ଠୁ’ ଅଭିଯାନ କ୍ରମେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏହି ଭିତରେ ଶୁତାପା ପଲ ତାଙ୍କୁ କେବେ ଆକବର ଛୁଇଁ ନଥିବା ଓ ଶୁମା ରାହା ତାଙ୍କ ସହ ଆକବର କିଛି କରିନଥିବା ସ୍ପଷ୍ଟ କରିଛନ୍ତି। ଏକ ସୁଇମିଂ ପୁଲରେ ପହଁରୁଥିବା ସମୟରେ ଏମ୍‍.ଜେ ଆକବର ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଞ୍ଜୁ ଭାରତୀ ଅଭିଯୋଗ କରିଥିଲେ। ଏପଟେ ଆକବର ପହଁରା ଜାଣିନଥିବା ସ୍ପଷ୍ଟ କରିଛନ୍ତି। ସାମ୍ବାଦିକା ପ୍ରିୟା ଏବଂ ଗଜାଲାଙ୍କ ଅଭିଯୋଗକୁ ଖଣ୍ଡନ କରି ଏମ୍‍.ଜେ ଆକବର କହିଛନ୍ତି ଯେ ତାଙ୍କ ଛବିକୁ ନଷ୍ଟ କରିବା ପାଇଁ ଏହା ଏକ ପ୍ରୟାସ। ଦୁଇ ସାମ୍ବାଦିକାଙ୍କ କହିବା ଅନୁସାରେ ଯୌନ ଶୋଷଣ ପରେ ବି ସେ ଆକବରଙ୍କ ସହ କାର୍ଯ୍ୟ କରିଥିଲେ। କାର୍ଯ୍ୟ କରିବା ସମୟରେ ସେମାନେ କୌଣସି ବିରୋଧ କିମ୍ବା ଚିନ୍ତା ପ୍ରକଟ କରିନଥିଲେ। ଦୀର୍ଘ ଦିନ ପରେ ଏଭଳି ଅଭିଯୋଗ ପଛରେ କିଛି ଏଜେଣ୍ଡା ରହିଛି ବୋଲି ସେ କହିଛନ୍ତି। ପ୍ରକାଶଯୋଗ୍ୟ ଯେ ମନ୍ତ୍ରୀ ଏମ୍‍.ଜେ ଆକବରଙ୍କ ବିରୋଧରେ୧୫ଜଣରୁ ଅଧିକ ମହିଳା ଅନୁଚିତ୍‍ ବ୍ୟବହାର ଏବଂ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories