ଜାଲରେ ପଡିଲା ବିରଳ ନୀଳ ଚିଙ୍ଗୁଡି

ନୂଆଦିଲ୍ଲୀ : ପ୍ରକୃତି ନିଜ ଭିତରେ ଅନେକ ରହସ୍ୟ ଲୁଚେଇ ରଖିଛି । ଅନେକ ଥର ଏମିତି କିଛି ଜୀବ ଜନ୍ତୁ ସାମ୍ନାକୁ ଆସୁଛନ୍ତି ଯାହାକୁ ଦେଖି ମଣିଷ ନିଜ ଆଖିକୁ ବିଶ୍ବାସ କରିପାରୁନି । ଏମିତି କିଛି ପୁଣି ଦେଖିବାକୁ ମିଳିଛି ଉତ୍ତର ଆୟରଲ୍ୟାଣ୍ଡରେ । ଏଠାରେ ଏକ ସମୁଦ୍ର ଚିଙ୍ଗୁଡି ମିଳିବା ପରେ ଚାରିଆଡେ ଚର୍ଚ୍ଚା ହେଉଛି । ଇଣ୍ଟରନେଟର ମଧ୍ୟ ଏହି ଚର୍ଚ୍ଚା ଜୋର ଧରିଛି ।

ନିକଟରେ ଏକ ବିରଳ ସମୁଦ୍ର ଚିଙ୍ଗୁଡି ‘ବ୍ଲୁ ଲୋବଷ୍ଟର’ର ସନ୍ଧାନ ମିଳିଛି । ଏହାକୁ ଜଣେ ମତ୍ସ୍ୟଜୀବୀ ନିଜ ଜାଲରେ ପାଇଥିଲେ । ସେ କୁହନ୍ତି କି ଜାଲରୁ ମାଛ ବାହାର କରିବା ସମୟରେ ସେ ଏହାକୁ ଦେଖିବାକୁ ପାଇଲେ । ସାଧାରଣତଃ ଏହି ପ୍ରଜାତିର ଚିଙ୍ଗୁଡି ଧୂସର ବା ନାଲି ରଙ୍ଗର ହୋଇଥାନ୍ତି । କିନ୍ତୁ ଏହି ଚିଙ୍ଗୁଡିଟି ନୀଳ ରଙ୍ଗର । ତେବେ ବିରଳ ଜୀବ ଯୋଗୁଁ ଏହାକୁ ପୁଣି ସୁରକ୍ଷିତ ଛାଡିଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

prayash

ତେବେ କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରୋଟିନ ବହୁଳ ମାତ୍ରାରେ ଥିବା ଯୋଗୁଁ ଏହି ଚିଙ୍ଗୁଡି ଏଭଳି ରଙ୍ଗର ହୋଇଥିବା କୁହାଯାଉଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗର ବିଶେଷଜ୍ଞଙ୍କ କହିବାନୁସାରେ ୨୦ ଲକ୍ଷରୁ ଗୋଟିଏ ଚିଙ୍ଗୁଡିର ରଙ୍ଗ ଏଭଳି ହୋଇପାରେ ।

Comments are closed.