BJD Bijuli 480×75 Mob

ପ୍ରେମୀ ଯୁଗଳଙ୍କୁ ଆକ୍ରମଣ ଅଭିଯୋଗ

BJD Bijuli 480×75 Mob
0

ଜୟପୁର: ପ୍ରେମିକାକୁ ଦେଖା କରିବାକୁ ଆସି ନିର୍ଧୁମ୍ ଛେଚା ଖାଇଲା ପ୍ରେମିକ। ମାଡରୁ ପ୍ରେମିକା ବି ବାଦ ପଡିଲାନି। ପ୍ରେମିକାର ଘର ଲୋକ ଉଭୟଙ୍କୁ ଗୋଡାଇ ଗୋଡାଇ ପିଟିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ଅନ୍ତର୍ଗତ ଫାମ୍ପୁଣୀ ଗ୍ରାମରେ। ଆହତ ପ୍ରେମୀ ଯୁଗଳଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଲେଖା ହେବା ପର୍ୟ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।
ସୂଚନାଯୋଗ୍ୟ ଯେ, ଜୟପୁର ଅନ୍ତର୍ଗତ ଫାମ୍ପୁଣି ଗ୍ରାମର ପ୍ରେମୀ ଯୁଗଳଙ୍କ ମଧ୍ୟରେ ୨ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। କିଛି କାରଣ ନେଇ ପ୍ରେମିକ ବାହାରେ ରହୁଥିବା ବେଳେ ସୋମବାର ଦିନ ଗ୍ରାମକୁ ଆସିଥିଲା। ଉକ୍ତ ଯୁବକ ଜଣକ ନିଜ ପ୍ରେମିକାକୁ ଦେଖା କରିବାକୁ ଆସିଥିଲା। ପ୍ରେମିକାର ପରିବାର ଲୋକ ଦୁଇ ଜଣକୁ ଦେଖି ମାଡ ମାରିଥିଲେ। ଦୁଇଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରେମିକର ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply