ମହାବାତ୍ୟାର ରୂପ ନେଉଛି ‘ମେକୁନୁ’: ଭାରତକୁ ଭୟ ନାହିଁ

0

ନୂଆଦିଲ୍ଲୀ : ଦକ୍ଷିଣପଶ୍ଚିମ ଆରବ ସାଗରରେ ‘ସାଗର’ ନାମକ ଝଡ଼ବାତ୍ୟା ଦୁର୍ବଳ ହେବା ପରେ ଏବେ ମହାବାତ୍ୟା ଘନୀଭୂତ ହେବାରେ ଲାଗିଛି। ‘ମେକୁନୁ’ ନାମକ ଏହି ମହାବାତ୍ୟା ଶୁକ୍ରବାର ଅପରାହ୍ଣ କିମ୍ବା ଶନିବାର ପୂର୍ବାହ୍ଣ ସୁଦ୍ଧା ଓମେନ୍‍ ଏବଂ ୟେମେନ ଉପକୂଳ ଛୁଇଁବ। ଭାରତ ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। କିନ୍ତୁ ଏଥିଯୋଗୁ କେରଳରେ ଏବେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପରିବର୍ତ୍ତେ ଉତ୍ତରପଶ୍ଚିମରୁ ବାୟୁ ପ୍ରବାହିତ ହେଉଛି ଏବଂ ବେଙ୍ଗାଲୁରୁରେ ଆକାଶ ମେଘୁଆ ରହିଛି।

Leave A Reply