www.samajalive.in
Monday, December 15, 2025
24.1 C
Bhubaneswar

ଆଳୁ ଖୋଳୁ ଖୋଳୁ ମହାଦେବ! ଲୁଟ ଘଟଣାର ଅଭିଯୁକ୍ତଙ୍କୁ ଗୋଡାଇ ପୁଲିସ ହାତରେ ଲାଗିଲା ବାଇକ ଚୋରୀ ଗ୍ୟାଙ୍ଗ୍ 

ବଲାଙ୍ଗିର : ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଏକ ଲୁଟ୍ ଘଟଣାର ତଦନ୍ତ କରୁକରୁ ବାଇକ୍ ଚୋର ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ବଲାଙ୍ଗିର ପୁଲିସ। ଗୁରୁବାର ଦେଓଗାଁ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ସଦର ଏସଡିପିଓ ଶ୍ରୀମନ୍ତ ବାରିକ। ୧୧ଟି ଚୋରୀ ବାଇକ ସହିତ ଦୁଇଟି ପୃଥକ ମାମଲାରେ ସାତ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ବୁଧବାର ରାତ୍ରିରେ ବନ୍ଧପଡା ଫାଣ୍ଡି ଅଧିକାରୀ କମଲ ଲୋଚନ ମାଝୀଙ୍କ ନେତୃତ୍ୱରେ ବନ୍ଧପଡାଠାରେ ଏକ ନମ୍ବରବିହୀନ ବାଇକରେ ସନ୍ତୋଷ କଲେତ ନାମକ ଏକ ଯୁବକ ଖସିପଲାଉଥିବାବେଳେ ତାକୁ ଧରିବା ପାଇଁ ବ୍ଲକିଂ କରାଯାଇଥିଲା। ଏହି ବ୍ଲକିଂରେ ସନ୍ତୋଷକୁ ପୁଲିସ କାବୁ କରିଥିଲା। ପରବର୍ତ୍ତି ସମୟରେ ସେ ଯାଉଥିବା ନମ୍ବରବିହୀନ ବାଇକ୍ ସହ ସନ୍ତୋଷକୁ ପୁଲିସ ଧରିଥିଲା। ପଚରାଉଚୁରା ସମୟରେ ସେ ଯାଉଥିବା ବାଇକଟି ଚୋରୀ ବାଇକ ବୋଲି ଜଣାପଡିଥିଲା। ସନ୍ତୋଷ ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କୁ ଲୁଟ୍ ଘଟଣାର ଅଭିଯୁକ୍ତ ହୋଇଥିବାବେଳେ ତାକୁ ପୁଲିସ ଅଧିକ ପଚରାଉଚୁରା କରିଥିଲା। ତଦନ୍ତ ସମୟରେ ସନ୍ତୋଷ କଲେତ ଓରଫ ମିଲୁ, ଧଣ୍ଡାମାଲ ଗାଁର ଅଭିଷେକ ନାଗ ଓରଫ ଟିଟୁ, ସଇଁନ୍ତଳା ଥାନା ରେଙ୍ଗାଲି ନୂଆବସ୍ତିର ରାକେଶ ହରିପାଲ ଓରଫ ରିହାନ , ସଇଁନ୍ତଲା ଥାନା କେନ୍ଦୁଉଡାର ଗାଁର ଇଶ୍ୱର ଚନ୍ଦ୍ର ଗୁରଦା ଓରଫ ଦୁର୍ଗା, ସଇଁନ୍ତଲା ଥାନା ରେଙ୍ଗାଲି ଗାଁର ସବୁରାଜ ବାରିକ ଓରଫ ସୁବୁ ପେଶାଦାର ବାଇକ ଚୋର ବୋଲି ପୁଲିସ ଜାଣିବାକୁ ପାଇଥିଲା। କିଛି ମାସ ଭିତରେ ସେମାନେ ୧୧ଟି ବାଇକ ଚୋରୀ କରିଥିବା ବେଳେ ବନ୍ଧପଡା ପୁଲିସ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧୧ଟି ମୋଟର ସାଇକେଲ ଜବତ କରିଥିଲା। ଏନେଇ ପୁଲିସ କେସ ନଂ ୨୬୩ରେ ଏକ ମାମଲା ରୁଜୁ କରି ସମସ୍ତ ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସଦର ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories