www.samajalive.in
Monday, December 15, 2025
16.1 C
Bhubaneswar

ବନ୍ୟଜନ୍ତୁ ଶିକାର ପାଇଁ ବ୍ୟବହୃତ ୪ ବିଡା ବିଦ୍ୟୁତ ତାର ଜବତ

କଲ୍ୟାଣସିଂହପୁର : ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଳକ୍ ଧାମୁଣିପଙ୍ଗା ପଞ୍ଚାୟତର କଟକିନାଳ ଗ୍ରାମ ନିକଟ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ବଛାଯାଇଥିବା ବିଦ୍ୟୁତ ତାରକୁ ଜବତ କରିଛି ବନବିଭାଗର ହାତୀ ସୁରକ୍ଷା ଦଳ । ସୂଚନା ଅନୁଯାୟୀ ରେଞ୍ଜର ପ୍ରଫୁଲ୍ଲ କୁମାର ନାୟକଙ୍କ ନିର୍ଦ୍ଦେଶରେ ଆଜି ହାତୀ ସୁରକ୍ଷା ଦଳ ଓ ବନ କର୍ମଚାରୀ ମିଳିତରେ ପେଟ୍ରୋଲିଂ କରିବା ବେଳେ କୌଣସି ସୂତ୍ରରୁ ଖବର ପାଇ କଟକିନାଳ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ପୋତା ଯାଇଥିବା ବିଦ୍ୟୁତ ତାରକୁ ଦେଖି ଥିଲେ। ଉକ୍ତ ବିଦ୍ୟୁତ ତାରକୁ ଜବତ କରି ବନବିଭାଗ କାର୍ଯ୍ୟାଳୟ ରଖାଯାଇଛି।

ଏ ବିଷୟରେ ରେଞ୍ଜ ଙ୍କୁ ପଚାରିବାରୁ ସେ କହିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ବିକ୍ରମ କେଶରୀ ସାହୁଙ୍କୁ ସୂଚନା ଦିଆଯାଇଛି। ସେ ଆସିଲେ ଜବତ ତାର ହସ୍ତାନ୍ତର କରାଯିବ। ଏ ବିଷୟରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ବିକ୍ରମ କେଶରୀ ସାହୁଙ୍କୁ ପଚାରିବାରୁ ସେ କହିଲେ ବିଦ୍ୟୁତ ତାର ଆମର ନାହିଁ ।ଆମର ମଧ୍ୟ ପେଟ୍ରୋଲିଂ କରାଯାଉଛି । ଅସାମାଜିକ ବ୍ୟକ୍ତି ଙ୍କ କାର୍ଯ୍ୟାକଳାପ ଯୋଗୁଁ ଜଙ୍ଗଲରୁ ବନ୍ୟଜନ୍ତୁ ଲୋପ ପାଉଛି। ଉକ୍ତ ରେଞ୍ଜ ରେ ବାରମ୍ବାର ଏପରି ଅବାଧ ବନ୍ୟଜନ୍ତୁ ଶିକାର କରାଯାଉଥିଲେ ବି କାହାରିକୁ ଗିରଫ କରାଯାଉନାହିଁ। ବିଦ୍ୟୁତ ବିଭାଗ ଓ ବନବିଭାଗ ପକ୍ଷରୁ ସଠିକ୍ ଭାବେ ତଦନ୍ତ କଲେ ପ୍ରକୃତ ପଶୁ ହତ୍ୟାକରି ଧରାପଡିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Hot this week

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

Related Articles

Popular Categories