www.samajalive.in
Sunday, December 14, 2025
26.1 C
Bhubaneswar

ଦୁଇ ଦିବ୍ୟାଙ୍ଗ ଯୁବତୀଙ୍କୁ ସାହା ହେଲା କିସ୍‍ ଫାଉଣ୍ଡେସନ୍‍

ଭୁବନେଶ୍ୱର: ଦୁଇ ଦିବ୍ୟାଙ୍ଗ ଯୁବତୀଙ୍କୁ ସାହା ହୋଇଛି କିସ୍‍ ଫାଉଣ୍ଡେସନ୍‍। କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳର ଜ୍ୟୋସ୍ନା ମାଝୀ ଓ ସୋନପୁରର ଲକ୍ଷ୍ମୀ ପାତ୍ର ଦୁଇ ଦିବ୍ୟାଙ୍ଗ ଯୁବତୀ ହେଉଛନ୍ତି ଦୁଇ ବାନ୍ଧବୀ। ଏହି ଦୁଇ ଦିବ୍ୟାଙ୍ଗ ଯୁବତୀ ପରିବାର ଉପରେ ବୋଝ ନ ହୋଇ ନିଜକୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ନିଜ ନିଜର ଘର ଛାଡ଼ି ଭୁବନେଶ୍ୱର ଚାଲି ଆସିଥିଲେ। ଏଠାରେ ଧନ୍ଦାମୂଳକ ତାଲିମ ନେବା ପରେ ଜ୍ୟୋସ୍ନା ଡିଟିପି ଏବଂ ଲକ୍ଷ୍ମୀ ଟେଲରିଂ କରି ରୋଜଗାର କରିବା ଆରମ୍ଭ କରିଥିଲେ। କିନ୍ତୁ କରୋନା ସବୁ କିଛି ଓଲଟପାଲଟ କରିଦେଲା। ଦୁଇ ବାନ୍ଧବୀଙ୍କ ରୋଜଗାର ଚାଲିଗଲା ଏବଂ ଘରଭଡ଼ା ଦେଇ ନ ପାରିବାରୁ ଘର ମାଲିକ ଘରୁ ବାହର କରିଦେଲେ। ଶେଷରେ ସେମାନେ ଅନନ୍ୟୋପାୟ ହୋଇ ଭାଗ୍ୟକୁ ଆଦରି ଦୀର୍ଘ ୪ମାସ ହେଲା ଏକ ସ୍କୁଲ୍‍ ଘରେ ପଡ଼ିରହିଥିଲେ।

 

- Advertisement -

କିସ୍‍ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ସେମାନଙ୍କୁ ସହାୟତା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଜ୍ୟୋସ୍ନା ଓ ଲକ୍ଷ୍ମୀ ଆଜି କିସ୍‍ରେ ଶ୍ରୀ ସାମନ୍ତଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କଠାରୁ ଶ୍ରୀ ସାମନ୍ତ ସେମାନଙ୍କ ଦୁର୍ଦ୍ଦର୍ଶା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଶ୍ରୀ ସାମନ୍ତ ସେମାନଙ୍କୁ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ସମସ୍ତ ପ୍ରକାର ସହାୟତା କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। କିସ୍‍ରେ ସେମାନଙ୍କ ରହିବା ବ୍ୟବସ୍ଥା ସହ କିସ୍‍ରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଖୁବ୍‍ଶୀଘ୍ର କିସ୍‍ରେ ସେମାନଙ୍କ ରହିବା ବ୍ୟବସ୍ଥା କରାଯିବ ସହ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ବର୍ତ୍ତମାନ ସେମାନଙ୍କ ଚଳିବା ପାଇଁ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଶ୍ରୀ ସାମନ୍ତ ଉଭୟଙ୍କୁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କିସ୍‍ ଫାଉଣ୍ଡେସନ୍‍ର ଏହି ମହନୀୟତା ପାଇଁ ଜ୍ୟୋସ୍ନା ଓ ଲକ୍ଷ୍ମୀ କିସ୍‍ ଫାଉଣ୍ଡେସନ୍‍ ଓ ଶ୍ରୀ ସାମନ୍ତଙ୍କୁ ସାଧୁବାଦ ଜଣାଇଛନ୍ତି। ଆମକୁ କିସ୍‍ ଫାଉଣ୍ଡେସନ୍‍ ଓ ଶ୍ରୀ ସାମନ୍ତ ରାହା ଯୋଗାଇ ଦେଇଛନ୍ତି ବୋଲି ସେମାନେ କହିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories