ବ୍ୟାଙ୍କ ସାମ୍ନାରୁ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟ୍
ବାଲେଶ୍ବର : ବାଲେଶ୍ବର ଜିଲାର ସୋର ଅଞ୍ଚଳ ବ୍ୟାଙ୍କ ସାମ୍ନାରୁ ଲୁଟ୍ ହୋଇଛି। ସୋର ଏସବିଆଇ ସାମ୍ନାରୁ ଜଣେ ଗ୍ରାହକଙ୍କ ବାଇକ୍ ଡିକି ଭାଙ୍ଗି ଦେଢଲକ୍ଷ ଟଙ୍କା ଲୁଟିଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ, ଖଇରା ଥାନା ରାଇଗଡିଆ ଗାଁର ଦାମୋଦର ରାମଙ୍କ ପୁଅ କାହ୍ନୁଚରଣ ବ୍ୟାଙ୍କରୁ ଦେଢଲକ୍ଷ ଟଙ୍କା ଉଠାଇ ଗାଡି ଡିକିରେ ରଖିଥିଲେ । ପୁଣି ବ୍ୟାଙ୍କରେ କିଛି କାମ ଥିବାରୁ ଭିତରକୁ ଯାଇ ଫେରିବା ପରେ ଦୁର୍ବୃତ୍ତ ତାଙ୍କ ଗାଡି ଭାଙ୍ଗୁଥିବା ସେ ଦେଖିବାକୁ ପାଇଥିଲେ । ସେ ସେଠାରେ ପହଞ୍ଚିବା ପୂର୍ବରୁ ସେଠାରୁ ଲୁଟେରା ଟଙ୍କା ନେଇ ଫେରାର ହୋଇସାରିଥିଲେ ।