www.samajalive.in
Monday, December 15, 2025
24.1 C
Bhubaneswar

ଟାର୍ଗେଟ୍‌ରେ ବଡ଼ବଡ଼ିଆଙ୍କ ବାହାଘର : ଅତିଥି ବେଶରେ ମାତିଛନ୍ତି ଲୁଟିଆ- ଅଢ଼େଇ ମାସରେ ୧୫ ଲକ୍ଷ ଲୁଟିଲେଣି

ଭୁବନେଶ୍ୱର: ବଦଳୁଛି ଲୁଟ୍‌ ତରିକା। ଚଳଚ୍ଚିତ୍ରର ଲୁଟ୍‌ପାଟ୍‌ ‌ଶୈଳୀକୁ ଅନୁସରଣ କରିଛନ୍ତି ଲୁଟିଆ। ଅତିଥି ହୋଇ ବିବାହ କିମ୍ବା ବ୍ରତଘର କାର୍ଯ୍ୟକ୍ରମରେ ପହଞ୍ଚି ଯାଉଛନ୍ତି। ଉପହାର ଦେବା ବଦଳରେ ବର/କନ୍ୟାକୁ ମିଳିଥିବା ଉପହାର ଲୁଟି ନେଉଛନ୍ତି। ରାଜଧାନୀରେ ଏଭଳି ଏକ ଗ୍ୟାଙ୍ଗ୍‌ ସକ୍ରିୟ ଥିବା ଜଣାପଡ଼ିଛି। ଏପରି ଢଙ୍ଗରେ ରାଜଧାନୀରୁ ଅଢ଼େଇ ମାସରେ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍‌ ହୋଇଛି।

ବିବାହ ଋତୁ ଚାଲିଥିବାରୁ ଲୁଟିଆଙ୍କ ଏବେ ପୁଷମାସ। ବଡ଼ ଘରର ଲୋକଙ୍କ ପରି ଲୁଟିଆଙ୍କ ବେଶଭୁଷା । ମାଙ୍ଗଳିକ କାର୍ଯ୍ୟକ୍ରମରେ ପହଞ୍ଚି ଆଖି ପିଛୁଳାକେ ଲୁଟ୍‌ପାଟ୍‌ କରିବାରେ ମାହିର୍‌ ଏହି ଗ୍ୟାଙ୍ଗ୍‌। ମଣ୍ଡପରେ ସିସିଟିଭି ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ସେମାନେ ଖାତିର କରୁ ନାହାନ୍ତି। ସହରର ନାମିଦାମି ମଣ୍ଡପରେ ବଡ଼ବଡ଼ିଆଙ୍କ ବାହାଘରକୁ ଏମା‌େ‌ନ ଟାର୍ଗେଟ୍‌ କରୁଛନ୍ତି। ଅତିଥି ହୋଇ ଖାଇପିଇ ସୁଯୋଗ ନେଇ ମିଳିଥିବା ଉପହାରକୁ ମଧ୍ୟ ଲୁଟି ନେଉଛନ୍ତି।

- Advertisement -

ଗତ ଫେବୃଆରୀ ୨୯ରେ ଚନ୍ଦ୍ରଶେଖରପୁର ଥାନା ଅଧୀନ କ୍ରିଷ୍ଟାଲ୍‌ କୋର୍ଟୟାର୍ଡ ମଣ୍ଡପରେ ଝାରପଡ଼ାର ରାଜନ ମହାନ୍ତିଙ୍କ ପୁଅଙ୍କ ବିବାହ ରିସେପ୍‌ସନ୍‌ ଆୟୋଜିତ ହୋଇଥିଲା। ରାତି ପ୍ରାୟ ୧୧ଟାରେ ଫଟୋ ଉଠାଇବା ସୁଯୋଗ ନେଇ ଉପହାର ଥିବା ଏକ ବ୍ୟାଗ୍‌କୁ ଜଣେ ଯୁବକ ଲୁଟି ନେଇଥିଲା। ସେଥିରେ ନଗଦ ଟଙ୍କା ଓ ସୁନା ଅଳଙ୍କାର ଥିଲା। ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ହେବ ବୋଲି ରାଜନ କହିଛନ୍ତି। ଲୁଟିଆଙ୍କ କାରନାମା ସିସିଟିଭିରେ କଏଦ୍‌ ହୋଇଛି। ଏନେଇ ପୁଲିସ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି।

ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏହା ଏକମାତ୍ର ଘଟଣା ନୁହେଁ ବରଂ ଗତ ମାସେ ଭିତରେ ସହରରେ ଏଭଳି ୨/୩ ଘଟଣା ଘଟିଛି। ହେଲେ ପୁଲିସ ଉକ୍ତ ଗ୍ୟାଙ୍ଗ୍‌କୁ ଠାବ କରୁପାରୁନାହିଁ। ଏହାକୁ ନେଇ ମଣ୍ଡପରେ ବିବାହ କରୁଥିବା ଲୋକେଙ୍କ ମନରେ ଛନକା ପଶିଛି।
ଗତ ଡିସେମ୍ବର ୧୩ ତାରିଖ ଖାରବେଳନଗର ଥାନା ଅଞ୍ଚଳରେ ଅତିଥି ସାଜି ସମାନ୍‌ ଢଙ୍ଗରେ ଉପହାର ମିଳିଥିବା ୫ ଲକ୍ଷ ଟଙ୍କାର ଓ ସୁନା ଅଳଙ୍କାର ଲୁଟ୍‌ ହୋଇଥିଲା। ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଘଟଣାକୁ ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ ଲୁଟିଆଙ୍କୁ ଚିହ୍ନଟ କରିପାରି ନାହିଁ। ୟୁନିଟ୍‌-୩ ଅଞ୍ଚଳର ଓଏଏସ୍‌ ଆସୋସିଏସନ୍‌‌ ପରିସରରେ ବାଲଗୋବିନ୍ଦ ବରିହାଙ୍କ ପୁଅ ବିକ୍ରାନ୍ତଙ୍କ ରିସେପ୍‌ସନ୍ ଆୟୋଜିତ ହୋଇଥିଲା। ବିବାହ ଉପହାର ଏକ ବ୍ୟାଗ୍‌ରେ ଥିଲା। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ପରିବାର ଲୋକେ ବ୍ୟସ୍ତ ଥିବା ସୁଯୋଗ ନେଇ ଲୁଟିଆ ଉପହାର ବ୍ୟାଗ୍‌ ନେଇ ଚମ୍ପଟ୍‌ ମାରିଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ବାଲଗୋବିନ୍ଦଙ୍କ ପରିବାର ଲୋକେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି। ଓଏଏସ୍‌ ଆସୋସିଏସନ୍‌‌ ପରିସରରେ ସିସିଟିଭି ଲଗାଯାଇନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି। ହେଲେ ଏହି ଗ୍ୟାଙ୍ଗ୍‌ ସହରରେ ଲୁଟ୍‌ପାଟ୍‌ ଜାରି ରଖିଛନ୍ତି। ଏ ସମ୍ପର୍କରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏଭଳି ଲୁଟ୍‌ପାଟ୍‌ କରୁଥିବା ଗ୍ୟାଙ୍ଗକୁ ଧରିବା ପାଇଁ ସ୍ପେଶାଲ ଟିମ୍‌ ଗଠନ କରାଯାଇଛି। ଖୁବ୍‌ଶୀଘ୍ର ଉକ୍ତ ଗ୍ୟାଙ୍ଗର ପର୍ଦାଫାସ ହେବ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories