ଭୁବନେଶ୍ୱର : ଖଣ୍ଡଗିରି ଥାନା ଅନ୍ତର୍ଗତ ଆଳୁ ଗଦି ନିକଟରେ ମହିଳାଙ୍କ ଠାରୁ ମୋବାଇଲ ଫୋନ ଝାମ୍ପିବାକୁ ଉଦ୍ୟମ କରିବା ସମୟରେ ଜଣେ ଲୁଟେରା ଧରାପଡ଼ିଛି। ଲୁଟେରା ଜଣଙ୍କ ଡ଼ୁମୁଡ଼ୁମା ସୁବାସ ନଗର ବସ୍ତିର ନରେନ୍ଦ୍ର ମହାପାତ୍ର ବୋଲି ଜଣାପଡ଼ିଛି। ସ୍ଥାନୀୟଲୋକେ ଲୁଟେରାକୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଅନ୍ୟ ଦୁଇ ଲୁଟେରା ଫେରାର ହୋଇଯାଇଥିବା ଜଣାପଡ଼ିଛି। ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଉଛନ୍ତି ଶ୍ରୀକ୍ଷେତ୍ର ବିହାରର ସୌମ୍ୟଶ୍ରୀ ପାଣି। ସେ ଜଣେ ଅଧ୍ୟାପିକା ଭାବେ କାମ କରନ୍ତି।
ଲୁଟ ଉଦ୍ୟମ ବିଫଳ, ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ସ୍ଥାନୀୟଲୋକେ
Popular Categories



