www.samajalive.in
Monday, December 15, 2025
24.1 C
Bhubaneswar

ଚାଷୀଙ୍କ ଦାବି ପୂରଣ ହେଲା : ସମବାୟ ସମିତି ସୂଚନା ଫଳକରେ ପ୍ରକାଶିତ ହେଲା ଋଣ ଗ୍ରହୀତାଙ୍କ ନାମ ତାଲିକା

ଆଠଗଡ : ଆଠଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ଗୁଡିକରେ କୃଷିଋଣ ପ୍ରଦାନରେ ବ୍ୟାପକ ଜାଲିଆତି, ଅନିୟମିତତା ଓ ଅର୍ଥ ଆତ୍ମସାତ୍‍ ଭଳି ଗୁରୁତର ଅଭିଯୋଗ କରି ଯୁବ ସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ଚାଷୀମାନେ ଆନ୍ଦୋଳନ ଚଳାଇ ଆସିଥିଲେ । ସେମାନଙ୍କର ବିଭିନ୍ନ ଦାବି ମଧ୍ୟରୁ ସମସ୍ତ ସେବା ସମବାୟ ସମିତିରେ ଋଣ ଗ୍ରହୀତାଙ୍କ ନାମ ତାଲିକା ସୂଚନା ଫଳକରେ ପ୍ରକାଶ କରିବା ମୁଖ୍ୟ ଦାବି ରହିଥିଲା । ଏଥିପାଇଁ ଗତ ଅଗଷ୍ଟ ୨୪ତାରିଖରେ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏକାଧିକ ଟ୍ରାକ୍ଟର ଓ ଧାନତଳି ଧରି ଏକ ପଟୁଆରରେ ଯାଇ ଚାନ୍ଦବାଲି ଛକ ନିକଟରେ ୬୫ନଂ ରାଜ୍ୟ ରାଜପଥକୁ ଅବରୋଧ କରିବା ସହ ସ୍ଥାନୀୟ ବିଧାୟକ ତଥା ସମବାୟ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଅପରାହ୍ନରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମବାୟ ବିଭାଗୀୟ ଅଧିକାରୀ ଓ ଆନ୍ଦୋଳନରତ ଚାଷୀଙ୍କ ସମେତ ଅଭୟ ବାରିକ, ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ଚଳାଇଥିବାବେଳେ ସ୍ଥାନୀୟ ବିଧାୟକଙ୍କ ବହୁ ସମର୍ଥକ ସେଠାରେ ପହଞ୍ଚି ଗଣ୍ଡଗୋଳ କରିବା ସହ କେତେକ ଚାଷୀଙ୍କୁ ମାରଧର କରିଥିବା ନେଇ ଅଭିଯୋଗ ହୋଇଥିଲା । ସେମାନଙ୍କ ଦାବି ଋଣଗ୍ରହିତାଙ୍କ ନାମ ତାଲିକା ୧ମାସ ମଧ୍ୟରେ ସୂଚନା ଫଳକରେ ପ୍ରକାଶ କରାଯିବ ବୋଲି ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ପ୍ରତିଶୃତି ଦେଇଥିଲେ । ତେବେ ମାସେ ପୂରଣ ହେବା ପରେ ବି ନାମ ତାଲିକା ପ୍ରକାଶ ନହେବାରୁ ପୁନର୍ବାର ଚାଷୀମାନେ ଆନ୍ଦୋଳନ କରିବା ସହ ରାଜପଥ ଅବରୋଧ କରିବା ପାଇଁ ଚେତାବନୀ ଦେଇଥିଲେ। ତେବେ ଆଜି(୧୮ ତାରିଖ) ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଅଶୋକ କୁମାର ପାଣି ଆଠଗଡ ବ୍ଲକ ଓ ଏନଏସିରେ ରହିଥିବା ୨୬ଟି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟରେ ଋଣ ଗ୍ରହୀତା ଚାଷୀଙ୍କ ନାମ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେବା ପରେ ତାହା କାର୍ଯ୍ୟକାରୀ କରାଯାଇଥିବା ଆଠଗଡ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ତେବେ ୨୬ଟି କୃଷି ସମବାୟ ସମିତି ମଧ୍ୟରୁ ଗୁରୁଡିଝାଟିଆ ଓ ଛଅଗାଁ ସମିତି ଦୁଇଟିକୁ ଛାଡି ଅନ୍ୟ ସମସ୍ତ ସମିତିରେ କୃଷିଋଣ ନେଇଥିବା ଚାଷୀଙ୍କ ନାମ ତାଲିକା ପ୍ରକାଶ କରାଯାଇଛି । ଅଦାଲତରେ ମାମଲା ବିଚାରାଧିନ ଥିବାରୁ ଛଅଗାଁ ଓ ଗୁରୁଡିଝାଟିଆ ସମବାୟ ସମିତିର ଋଣଗ୍ରହୀତାଙ୍କ ନାମତାଲିକା ପ୍ରକାଶ କରାଯାଇନଥିବା ସହକାରୀ ନିବନ୍ଧକ ଶ୍ରୀ ପାଣି ସୂଚନା ଦେଇଛନ୍ତି । ଏହି ତାଲିକା ସୂଚନା ଫଳକରେ ପ୍ରକାଶ ପାଇବା ପରେ ଋଣ ଜାଲିଆତିର ଶିକାର ହୋଇଥିବା ଓ ଆନ୍ଦୋଳନ ଚଳାଇଥିବା ଚାଷୀ ଏବଂ ଯୁବ ସଂଗଠକ ଅଭୟ କୁମାର ବାରିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories