QNETIC – Mobile

ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ୍‌

ନୂଆଦିଲ୍ଲୀ – ଲୋକସଭାରେ ଦିଲ୍ଲୀ ସେବା ବିଲ୍‌ ପାରିତ ହୋଇଛି । ସାସଂଦଙ୍କ ହୋ ହଲ୍ଲା ମଧ୍ୟରେ ଏହି ବିଲ୍‌ ପାରିତ ହୋଇଛି । ଏହି ସମୟରେ ଆମ ଆଦମୀ ପାର୍ଟିର ସାସଂଦ ସୁଶୀଲ କୁମାର ରିଙ୍କୁ ଅନ୍ୟ ସାସଂଦଙ୍କ ଉପରେ କାଗଜ ଚିରି ଫିଙ୍ଗିବାରୁ ମୌସୁମୀ ଅଧିବେଶନରୁ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ନିଲମ୍ବିତ କରାଯାଇଛି ।

ମତଦାନ ସମୟରେ ବିରୋଧି ସାସଂଦମାନେ କକ୍ଷତ୍ୟାଗ କରିଥିଲେ । ସୋମବାର ଦିନ ଏହି ବିଲ୍‌କୁ ରାଜ୍ୟ ସଭାରେ ଆଗତ କରାଯିବ । ବିଲ୍‌ ପାସ୍‌ ହେବାପରେ ଲୋକସଭାକୁ ଶୁକ୍ରବାର ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ରଖିଛନ୍ତି । ଗୁରୁବାରରେ ଦିଲ୍ଲୀ ସେବା ବିଲ୍‌ ୨୦୨୩ ବିଷୟରେ ଆଲୋଚନା ହୋଇଥିଲା ।

ଏହି ବିଲ୍‌କୁ ନେଇ ଦିଲ୍ଲୀର ଆପ୍‌ ସରକାର ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଥିଲେ । ଏହି ବିଲ୍‌ ରାଜ୍ୟସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ ।

Comments are closed.