www.samajalive.in
Monday, December 8, 2025
16.1 C
Bhubaneswar

ଲୋକସଭା ନିର୍ବାଚନରେ ୧୫୦୦ ଦାଗୀ ପ୍ରାର୍ଥୀ, ୫୫ ଜଣଙ୍କ ନାମରେ ଅଛି ହତ୍ୟା ମାମଲା

ନୂଆଦିଲ୍ଲୀ : ସାତ ପର୍ଯ୍ୟାୟ ବିଶିଷ୍ଟ ୨୦୧୯ ଲୋକସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୮୦୪୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୦୦, ଅର୍ଥାତ ୧୯% ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି। ସେଥିମଧ୍ୟରୁ ୧୩% ପ୍ରାର୍ଥୀଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି।
ଆସୋସିଏସନ ଫର ଡେମୋକ୍ରାଟିକ୍‍ ରିଫମର୍ସ ପକ୍ଷରୁ ସୋମବାର ଜାରି ୭ ପର୍ଯ୍ୟାୟର ରିପୋର୍ଟ ଅନୁସାରେ ୨୦୧୯ ଲୋକସଭା ନିର୍ବାଚନ ଲଢୁଥିବା ୮୦୪୯ ପ୍ରାର୍ଥୀଙ୍କ ମଧ୍ୟରୁ ୭୯୨୯ ପ୍ରାର୍ଥୀଙ୍କ ସତ୍ୟପାଠକୁ ବିଶ୍ଲେଷଣ କରାଯାଇଛି। ଏଥିରୁ ୧୫୦୦ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି। ୧୦୭୦ ପ୍ରାର୍ଥୀଙ୍କ ନାମରେ ଲାଞ୍ଚ ନେବା, ହତ୍ୟା, ବଳାତ୍କାର, ହତ୍ୟା ଉଦ୍ୟମ, ମହିଳାଙ୍କୁ ନିର୍ଯାତନା ଭଳି ଗୁରୁତର ଅପରାଧିକ ମାମଲା ରହିଛି।
ପ୍ରକାଶ ଯେ ୨୦୧୪ ଲୋକସଭା ନିର୍ବାଚନ ଲଢିଥିବା ୮୨୦୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୦୪ (୧୭%) ସତ୍ୟପାଠରେ ତାଙ୍କ ନାମରେ ଅପରାଧିକ ମାମଲା ଥିବା ଘୋଷଣା କରିଥିଲେ। ସେମାନଙ୍କ ମଧ୍ୟରୁ ୯୦୮ (୧୧%) ନାମରେ ଅପରାଧିକ ମାମଲା ରହିଛି। ସେହପରି ୨୦୦୯ ଲୋକସଭା ନିର୍ବାଚନରେ ୭୮୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୧୫୮ ଜଣଙ୍କ ନାମରେ ଅପରାଧିକ ମାମଲା ରହିଥିଲା। ସେମାନଙ୍କ ମଧ୍ୟରୁ ୬୦୮ (୮%) ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଥିଲା।
ତେବେ ୨୦୧୯ ଲୋକସଭା ନିର୍ବାଚନରେ ୯୫ ପ୍ରାର୍ଥୀ ତାଙ୍କ ବିରୋଧରେ ଉତ୍ତେଜକ ଭାଷଣ ନେଇ ମାମଲା ରହିଥିବା ଘୋଷଣା କରିଛନ୍ତି। ୪୭ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି। ୫୬ ପ୍ରାର୍ଥୀ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୫୫ ଜଣଙ୍କ ବିରୋଧରେ ହତ୍ୟା, ୧୮୪ ଜଣଙ୍କ ନାମରେ ହତ୍ୟା ପ୍ରୟାସ, ୧୨୯ ଜଣଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ, ୯ ଜଣଙ୍କ ବିରୋଧରେ ବଳାତ୍କାର ମାମଲା ରହିଛି। ଦାଗିଙ୍କୁ ଟିକେଟ ପ୍ରଦାନରେ ବିଜେପି ଓ କଂଗ୍ରେସ ସର୍ବାଗେ ଅଛନ୍ତି। ବିଜେପିର ୪୩୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୭୫ (୨୯%) ନାମରେ ଅପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୨୪ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। କଂଗ୍ରେସର ୪୧୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୪ (୨୬%) ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୦୭ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ବିଏସ୍‍ପିର ୩୮୧ ପ୍ରାର୍ଥୀଙ୍କ ମଧ୍ୟରୁ ୮୫ ଜଣ (୧୬%) ବିରୋଧରେ ଅପରାଧିକ ମାମଲା ଓ ସେମାନଙ୍କ ମଧ୍ୟରୁ ୬୧ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ସିପିଆଇ(ଏମ)ର ୬୯ ପ୍ରାର୍ଥୀଙ୍କ ମଧ୍ୟରୁ ୪୦ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଓ ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ଏହି ନିର୍ବାଚନରେ ୩୩୭୦ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୪୦୦ ଜଣ (୧୨%) ନାମରେ ଅପରାଧିକ ମାମଲା ଓ ସେମାନଙ୍କ ମଧ୍ୟରୁ ୨୯୨ (୯%) ପ୍ରାର୍ଥୀଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories