ହାରିଗଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ, ବାଜି ମାରିନେଲେ ଲିଜ ଟ୍ରସ
ଲିଜ ଟ୍ରସ ବ୍ରିଟେନ୍ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହାରି ଯାଇଥିବାବେଳେ ଲିଜ୍ ଟ୍ରସ୍ ବାଜି ମାରି ନେଇଛନ୍ତି। ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ୨୦ହଜାରରୁ ଅଧିକ ଭୋଟରେ ଲିଜ ଟ୍ରସ ପରାସ୍ତ କରିଛନ୍ତି। ଲିଜ ଟ୍ରସଙ୍କୁ ୮୧,୩୨୬ଟି ଭୋଟ ମିଳିଥିବା ବେଳେ ସୁନକଙ୍କୁ ୬୦,୩୯୯ଟି ଭୋଟ ମିଳିଛି। ଏହି ନିର୍ବାଚନରେ ବିଜୟୀ ହେବା ପରେ ବୋରିସ ଜନସନଙ୍କ ଉତ୍ତରାଧିକାରୀ ହେବେ ଲିଜ ଟ୍ରସ। ବ୍ରିନେଟର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଲିଜ ଟ୍ରସଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ନିର୍ବାଚିତ ହୋଇଛନ୍ତି। ମାର୍ଗରେଟ୍ ଥେରର ଓ ଥେରେସାଙ୍କ ପରେ ସେ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ସାର୍ ଗ୍ରାହାମ୍ ବ୍ରାଡିଙ୍କ ଦ୍ୱାରା ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପରେ ୪୨ ବର୍ଷିୟ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ୪୭ ବର୍ଷିୟ ଟ୍ରସ୍ କଞ୍ଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି।
ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପ୍ରଥମରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗରେ ରହିଥିଲେ। ତେବେ ମତଦାନ ମାଧ୍ୟମରେ ଦ୍ୱିତୀୟ ସ୍ଥାନରେ ଥିବା ବୈଦେଶିକ ମନ୍ତ୍ରୀ ଲିଜ୍ ଟ୍ରସ୍ ମଧ୍ୟ ଆରମ୍ଭରୁ ନିଜ ଦବ୍ଦବା ଜାରି ରଖିଥିଲେ ଏବଂ ଋଷି ସୁନକଙ୍କୁ କଡା ଟକ୍କର ଦେଇଥିଲେ। ନିର୍ବାଚନ ପୂର୍ବରୁ ଆସୁଥିବା ସର୍ବେକ୍ଷଣରେ ଋଷି ସୁନକ ରେସ୍ରେ ପଛରେ ପଡିଥିବା କୁହାଯାଇଥିଲା। ନିର୍ବାଚନ ପ୍ରଚାର ବେଳେ ଲିସ୍ ଟ୍ରସ୍ ଟିକସ ହ୍ରାସ କରିବାକୁ ପ୍ରତିଶ୍ରୁତି ଋଷି ପ୍ରତିଶ୍ରୁତି ଦେଇଥିବାବେଳେ ସୁନକ ଋଷି ଦର ଦାମ ବୃଦ୍ଧି ଉପରେ ଲଗାମ ଲଗାଇବେ ବୋଲି କହିଥିଲେ। ଏହି ନିର୍ବାଚନରେ କଞ୍ଜରଭେଟିଭ୍ ଦଳର ପ୍ରାୟ ୧ ଲକ୍ଷ ୬୦ ହଜାରରୁ ଅଧିକ ସଦସ୍ୟ ଭୋଟ ଦେଇଥିଲେ।
Comments are closed.